ETV Bharat / bharat

ଦେଶରେ ବଢିବ ଟିକା ଉତ୍ପାଦନ, କେନ୍ଦ୍ରକୁ ପ୍ଲାନ ଦେଲେ ସେରମ ଓ ଭାରତ ବାୟୋଟେକ୍

author img

By

Published : May 13, 2021, 10:13 AM IST

ଆସନ୍ତା ମାସଗୁଡିକରେ ଦେଶରେ ଟିକା ଉତ୍ପାଦନ ତ୍ବରାନ୍ବିତ ହେବ । ଅଧିକ ପଢନ୍ତୁ...

vaccine production
vaccine production

ନୂଆଦିଲ୍ଲୀ: ବଢିବ ସ୍ବଦେଶୀ ଟିକା ଉତ୍ପାଦନ । ଆସନ୍ତା ମାସଗୁଡିକରେ ଦେଶରେ ଟିକା ଉତ୍ପାଦନ ତ୍ବରାନ୍ବିତ ହେବ । କାରଣ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ ଓ ହାଇଦ୍ରାବାଦର ଭାରତ ବାୟୋଟେକ ନିଜର ମାସିକ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁଛନ୍ତି । ଏଥିସହ ଆସନ୍ତା ଚାରି ମାସ ପାଇଁ ନିଜର ଉତ୍ପାଦନ ପ୍ଲାନ କେନ୍ଦ୍ରରେ ଦାଖଲ କରିଛନ୍ତି ।

ବୁଧବାର କୋରୋନା ଟୀକାକରଣ କ୍ଷେତ୍ରରେ ପଛୁଆ ଥିବା 7ଟି ରାଜ୍ୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତର ଟିକା ଉତ୍ପାଦନ ମେ ମାସରେ 8 କୋଟି ଓ ଜୁନ ମାସରେ 9 କୋଟି ଡୋଜରେ ପହଞ୍ଚିବା ନେଇ ଆଶା କରାଯାଉଛି ।

ତେବେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀ ଭଳି କେତୋଟି ରାଜ୍ୟରେ ଟୀକାକରଣ ଗତି ଶିଥିଳ ରହିଛି । କାରଣ 45 ବର୍ଷରୁ କମ୍ ଏବଂ 45 ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ସେଠାରେ ଉପଲବ୍ଧ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.