ETV Bharat / bharat

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟ, 22 ଯବାନ ଶହୀଦ

author img

By

Published : Apr 4, 2021, 9:06 AM IST

Updated : Apr 4, 2021, 1:17 PM IST

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ 22ଜଣ ଯବାନ ଶହୀଦ ହୋଇଛନ୍ତି । ଏବେ ବି ଅନେକ ଯବାନ ନିଖୋଜ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

22ଯବାନ ଶହୀଦ,21 ନିଖୋଜ
22ଯବାନ ଶହୀଦ,21 ନିଖୋଜ

ରାୟପୁର: ଛତିଶଗଡରେ ସିଲଗେର ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 22ଜଣ ଯବାନ ଶହୀଦ ହୋଇଥିବାବେଳେ 31ଜଣ ଆହତ ହୋଇଛନ୍ତି । ଏବେ ବି ଅନେକ ଯବାନ ନିଖୋଜ ଥିବା ସୂଚନା ଦେଇଛି ଛତିଶଗଡ ପୋଲିସ ।

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟ

ମିଳିଥିବା ସୂଚନା ଅନୁସାରେ ଛତିଶଗଡର ସିଲଗେର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ସେଠାରେ ଡିଆରଜି ଓ ସିଆରପିଏଫ ପକ୍ଷରୁ ମିଳିତ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ପରେ ନକ୍ସଲ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 22 ଯବାନ ଶହୀଦ ହୋଇଥିବା ବେଳେ ଏବେ ବି ଅନେକ ଜଣ ନିଖୋଜ ଅଛନ୍ତି । ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ଅନେକ ନକ୍ସଲ ମୃତାହତ ହୋଇଥିବାବେଳେ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ କରିଛି ପୋଲିସ । ଏନକାଉଣ୍ଟରରେ ଆହତ ହୋଇଥିବା 31ଜଣ ଯବାନଙ୍କ ମଧ୍ୟରୁ 23ଜଣ ବିଜାପୁର ଡାକ୍ତରଖାନା ଓ 8ଜଣଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ କଥା ହୋଇଛନ୍ତି । ଏହା ସହିତ ଶାହା ମଧ୍ୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ମହାନିର୍ଦ୍ଦେଶକଙ୍କୁ ଛତିଶଗଡ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୋଲିସ ମହାନିର୍ଦ୍ଦେଶକ କୁଲଦୀପ ସିଂ ଛତିଶଗଡରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ।

ଏହି ଅପରେସନରେ 5 ଶହ ସୁରକ୍ଷାକର୍ମୀ ନିୟୋଜିତ ଥିବା ପୋଲିସ କହିଛି । ଏବେ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି । ଏବେ ବି ଅନେକ ଜଣ ଯବାନ ନିଖୋଜ ଥିବା ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି । ଛତିଶଗଡ ପୋଲି ମହାନିର୍ଦ୍ଦେଶ ଓ ନକ୍ସଲ ଦମନ ଅଭିଯାନର ସ୍ବତନ୍ତ୍ର ପୋଲିସ ଅଧିକାରୀମାନେ ଘଟଣା ଉପରେ ନଜର ରଖିବା ସହ ପୋଲିସ ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରଖିଥିବା ନକ୍ସଲ ଅପରେସନ ଡିଆଇଜି ପ୍ରେସମିଟରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 4, 2021, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.