ETV Bharat / bharat

Assembly poll: ସୋମବାର ସରୁଛି ପ୍ରଚାର କଟକଣା, ପୂର୍ବାହ୍ନରେ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ

author img

By

Published : Jan 30, 2022, 8:43 PM IST

ଆସନ୍ତାକାଲି (ସୋମବାର) ଶେଷ ହେଉଛି ବିଧାନସଭା କ୍ୟାମ୍ପେନ କର୍ଫ୍ୟୁ । ପୂର୍ବାହ୍ନରେ ନିର୍ବଚନ ଆୟୋଗଙ୍କ ସମୀକ୍ଷା ବୈଠକ । ସାମିଲ ହେବେ ସ୍ବାସ୍ଥ୍ୟ ସଚିବ। କୋଭିଡ ସ୍ଥିତି ଦେଖି ଆସିପାରେ ନୂଆ ନିଷ୍ପତ୍ତି । ଅଧିକ ପଢନ୍ତୁ

Assembly poll: ଆସନ୍ତାକାଲି ସରୁଛି ପ୍ରଚାର କଟକଣା, ପୂର୍ବାହ୍ନରେ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ
AsseAssembly poll: ଆସନ୍ତାକାଲି ସରୁଛି ପ୍ରଚାର କଟକଣା, ପୂର୍ବାହ୍ନରେ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ mbly poll:ଆସନ୍ତାକାଲି କ୍ୟାମ୍ପେନ କର୍ଫ୍ୟୁ ନିଷ୍ପତ୍ତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଯାଉଥିବା ୫ ରାଜ୍ୟରେ କ୍ୟାମ୍ପେନ କର୍ଫ୍ୟୁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପୂର୍ବରୁ ଜାରି ହୋଇଥିବା ଏହି କଟକଣା ପରବର୍ତ୍ତୀ ସ୍ଥିତିରେ ମଧ୍ୟ ଏହା ଦୁଇଥର ବର୍ଦ୍ଧିତ ମଧ୍ୟ ହୋଇଛି । ତେବେ ଆସନ୍ତାକାଲି ଶେଷ ହେବାକୁ ଯାଉଛି ଏହି କଟକଣା ଅବଧି । ଆସନ୍ତାକାଲି କଟକଣା ସମ୍ପର୍କରେ ସମୀକ୍ଷା ବୈଠକ କରିବେ ନିର୍ବାଚନ ଆୟୋଗ । ଭର୍ଚ୍ଚୁଆଲରେ ଏହି ସମୀକ୍ଷା ବୈଠକ ହେବ । ସମୀକ୍ଷା ପରେ କିଛି ନୂଆ ନିଷ୍ପତ୍ତି ମଧ୍ୟ ଆସିପାରେ ବୋଲି ଆଶା କରାଯାଉଛି ।

ଜାନୁୟାରୀ 22 ରେ ଦେଶରେ କୋଭିଡ ମାମଲାର ବୃଦ୍ଧିକୁ ଦେଖି ନିର୍ବାଚନ କମିଶନ ସମସ୍ତ ନିର୍ବାଚନ ହେବାକୁ ଥିବା ସମସ୍ତ ୫ ରାଜ୍ୟରେ କୌଣସି ନିର୍ବାଚନୀ ସମାବେଶ, ରାଲି ଓ ରୋଡ୍ ସୋ’କୁ ଅନୁମତି ପ୍ରଦାନ ନକରାଯିବା ନିଷ୍ପତ୍ତିକୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରଖାଯାଇଥିଲା । ତେବେ ଆସନ୍ତାକାଲି (ସୋମବାର) ଏହି ଅବଧି ଶେଷ ହେଉଥିବା ବେଳେ ଏହାର ସମୀକ୍ଷା କରିବେ ନିର୍ବାଚନ ଆୟୋଗ ।

ଆସନ୍ତାକାଲି (ସୋମବାର) ପୂର୍ବାହ୍ନ ୧୧ ଟାରେ ଭର୍ଚ୍ଚୁଆଲି ଆୟୋଜିତ ବୈଠକରେ ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନିଷ୍ପତ୍ତି ନିଆଯାଇପାରେ କିମ୍ବା ପୂର୍ବ କଟକଣା ଅବଧିକୁ ମଧ୍ୟ ବୃଦ୍ଧି କରିପାରନ୍ତି ନିର୍ବାଚନ କମିଶନ । ଭର୍ଚ୍ଚୁଆଲି ହେବାକୁ ଥିବା ସମୀକ୍ଷା ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ୱାସ୍ଥ୍ୟ ସଚିବ ଓ କେନ୍ଦ୍ର ସରକାରଙ୍କ ଅନ୍ୟ କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବାର ସୂଚନା ରହିଛି । ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ ସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନେଇପାରନ୍ତି କମିଶନ ।

ଚଳିତ ବର୍ଷ ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୧୦ ଫେବୃଆରୀରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ୭ ଟି ପର୍ଯ୍ୟାୟରେ ମତଦାନ ହେବା ସହ ମାର୍ଚ୍ଚ ୧୦ ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.