ETV Bharat / bharat

India china clash: ସୂଚନା ପ୍ରଦାନ କରିବା ସେନାର ରଣନୈତିକ ପ୍ରସଙ୍ଗ କହିଲେ ଆସାମ ମୁଖ୍ୟମନ୍ତ୍ରୀ

author img

By

Published : Dec 14, 2022, 6:10 PM IST

ଅରୁଣାଚଳ ସୀମାରେ ଚୀନ ଓ ଭାରତୀୟ ସୈନ୍ୟଙ୍କ ସଂଘର୍ଷ ଘଟଣାରେ ପ୍ରତିକ୍ରିୟା ରଖିଲେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା (Assam CM Biswa Sarma on india china clash) । ସାମରିକ ଘଟଣାବଳୀ ନେଇ ସେନା ତାର ରଣନୀତି ଆଧାରରେ ସୂଚନା ପ୍ରଦାନ କରିଥାଏ ବୋଲି କହିଲେ । ଅଧିକ ପଢନ୍ତୁ

India china clash: ସୂଚନା ପ୍ରଦାନ କରିବା ସେନାର ରଣନୈତିକ ପ୍ରସଙ୍ଗ କହିଲେ ଆସାମ ମୁଖ୍ୟମନ୍ତ୍ରୀ
India china clash: ସୂଚନା ପ୍ରଦାନ କରିବା ସେନାର ରଣନୈତିକ ପ୍ରସଙ୍ଗ କହିଲେ ଆସାମ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: LAC ନିକଟବର୍ତ୍ତୀ ଅରୁଣାଚଳ ସୀମାରେ ଚୀନ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ନେଇ ଉତ୍ତର ପୂର୍ବ ରାଜ୍ୟ ଆସମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ବିଶ୍ବଶର୍ମା କହିଛନ୍ତି, ସୀମାରେ ସେନା ପ୍ରତିପକ୍ଷର ଗତିବିଧି ଉପରେ ରଖିଛି (Assam CM Biswa Sarma on india china clash)। ତେବେ ପ୍ରତିରକ୍ଷା ସମ୍ପର୍କିତ କେଉଁ ସୂଚନା, କେତେବେଳେ କାହାକୁ ପ୍ରଦାନ କରାଯିବ ସେନଇ ସେନା ବିଚାର କରେ । ସାମରିକ ଘଟଣାବଳୀର ତଥ୍ୟ ବା ସୂଚନା ପ୍ରଦାନ କରିବା ମଧ୍ୟ ସାମରିକ ରଣନୀତି ଆଧାରରେ ହୋଇଥାଏ । ସାମରିକ ଗୋପନୀୟତା ଦୃଷ୍ଟିକୋଣରୁ ଏହି ସମ୍ପର୍କିତ ତଥ୍ୟ କେବେ ଓ କାହାକୁ ପ୍ରଦାନ କରିବା ଭରସାଯୋଗ୍ୟ ରହିବ ତାହା ସେନା ହଁ ସ୍ଥିର କରେ ।

  • Indian Army looking at Chinese Army in the eye. Our Army will decide when to share what information & whom to take into confidence & that will happen on basis of Army's strategy. Defence Minister will share whatever info needs to be shared with Army's consent: Assam CM HB Sarma pic.twitter.com/uz9b2fylRU

    — ANI (@ANI) December 14, 2022 " class="align-text-top noRightClick twitterSection" data=" ">

9 ତାରିଖ ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ବିବୃତ୍ତି ରଖିଛନ୍ତି । ଆଗମୀ ସମୟରେ ଯେଉଁ ତଥ୍ୟ ଗୃହରେ ରଖିବାର ଆବଶ୍ୟକତା ରହିଛି ଅନୁଭବ ହେଲେ ସେନା ସହମତିରେ ସରକାର ରଖିପାରନ୍ତି । ଏନେଇ ଗତକାଲି ଗୃହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଥିଲେ । କିଛି ଚୀନ ସୈନ୍ୟ ଭାରତୀୟ ଅଞ୍ଚଳରେ ଅନୁପ୍ରବଶ ଉଦ୍ୟମ କରିଥିଲେ ଓ ସେମାନଙ୍କୁ ଭାରତୀୟ ସେନା ତଡିବାରେ ସଫଳ ହୋଇଥିଲେ । ସେହିପରି ଏଥିରେ ଭାରତୀୟ ସେନାର କୌଣସି ଯବାନ ଗୁରୁତର ଆହତ ହୋଇନଥିବା ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ ଅବଗତ କରିଥିଲେ ।

ହେଲେ 9 ତାରିଖରୁ ଘଟଣା ଘଟିଥିଲେ ସୁଦ୍ଧା ସରକାର କାହିଁକି ଦୁଇ ଦିନ ବିଳମ୍ବରେ ଦେଶକୁ ସୂଚନା ଦେଲେ, ସେନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ସଂସଦ ଅଧିବେଶନ ଜାରି ରହିଥିବା ବେଳେ ଏପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାର କାହିଁକି ସଦନକୁ ଅବଗତ କଲେ ନାହିଁ ବୋଲି କହି ଘେରିଥିଲେ ବିରୋଧୀ । ଏହାରି ମଧ୍ୟରେ ଆଜି ଆସାମ ମୁଖ୍ଯମନ୍ତ୍ରୀ ଏପରି ସ୍ଥିତିକୁ ସାମରିକ ଗୋପନୀୟତା ଓ ରଣନୀତି ସହ ଯୋଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.