ETV Bharat / bharat

MedaramJatara2022: ଏସିଆର ସର୍ବବୃହତ ଆଦିବାସୀ ମେଳାରେ ଜମୁଛି ଭିଡ

author img

By

Published : Feb 17, 2022, 9:54 PM IST

ସମ୍ମାକ୍କା ସରଲମ୍ମା ଯାତ୍ରା ନାଁରେ 2 ବର୍ଷକୁ ଥରେ ଆୟୋଜିତ ହେଉଥିବା ଏହି ମେଳାକୁ କୁମ୍ଭମେଳା ପରେ ଦ୍ବିତୀୟ ବଡ ମେଳା କୁହାଯାଏ । ଏହାସହ ତେଲୋଙ୍ଗାନାର ଏହା ସର୍ବବୃହତ ମେଳା ବା କୋୟା ଆଦିବାସୀ ମେଳାର ମାନ୍ୟତା ପାଇଛି । ଏହି ଆଦିବାସୀ ମେଳାକୁ ପୁରା ଏସିଆ ମହାଦେଶରୁ ଆଦିବାସୀ ଆସିଥାନ୍ତି । ଅଧିକ ପଢନ୍ତୁ

MedaramJatara2022
MedaramJatara2022

ହାଇଦ୍ରାବାଦ: ତେଲେଙ୍ଗାନାରେ ଆରମ୍ଭ ହୋଇଯାଇଛି ଏସିଆ ମହାଦେଶର ସର୍ବବୃହତ ଆଦିବାସୀ ମେଳା ସମ୍ମାକ୍କା ସରଲମ୍ମା ଯାତ୍ରା (Medharam Jathara) । ମୁଲୁଗ ଜିଲ୍ଲା ମେଡାରାମରେ ଏହି ସର୍ବବୃହତ ଆଦିବାସୀ ମେଳା ଗତକାଲି(ବୁଧବାର) ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ ।

ସମ୍ମାକ୍କା ସରଲମ୍ମା ଯାତ୍ରା ନାଁରେ 2 ବର୍ଷକୁ ଥରେ ଆୟୋଜିତ ହେଉଥିବା ଏହି ମେଳାକୁ କୁମ୍ଭମେଳା ପରେ ଦ୍ବିତୀୟ ବଡ ମେଳା କୁହାଯାଏ । ଏହାସହ ତେଲୋଙ୍ଗାନାର ଏହା ସର୍ବବୃହତ ମେଳା ବା କୋୟା ଆଦିବାସୀ ମେଳାର ମାନ୍ୟତା ପାଇଛି । ଏହି ଆଦିବାସୀ ମେଳାକୁ ପୁରା ଏସିଆ ମହାଦେଶରୁ ଆଦିବାସୀ ଆସିଥାନ୍ତି । ଏହାସହ ଦେଶର ଆଦିବାସୀ ବହୁଳ ରାଜ୍ୟରୁ ହଜାର ହଜାର ଆଦିବାସୀ ଆସି ସାମିଲ ହୋଇଥାନ୍ତି । ତେଲେଙ୍ଗାନା ସରକାରଙ୍କ ଆକଳନ ଅନୁସାରେ ଚଳିତ ଥର ମେଳାକୁ 4 ଦିନ ମଧ୍ୟରେ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଆଦିବାସୀ ଆସିବେ ।

ପରମ୍ପରା ଅନୁସାରେ ଆଦିବାସୀଙ୍କ ଦେବୀ ତଥା ଯୋଦ୍ଧା ସମ୍ମାକ୍କା ଓ ସରଲମ୍ମାଙ୍କ ସାହାସ, ବୀରତ୍ବ ଓ ବଳିଦାନକୁ ସ୍ମରଣ କରିବା ସହ ସେମାନଙ୍କ ଆରଧନା ପାଇଁ ଏହି ବିଶାଳ ଉତ୍ସବ ଆୟୋଜନ ହୋଇଥାଏ । ଇତିହାସ ଅନୁସାରେ ଅଷ୍ଟାଦ୍ଦଶ ଶତାବ୍ଦୀରେ ଶାସକ କାକାଟିୟାମାନେ ଆଦିବାସୀଙ୍କ ଉପରେ ଅଧିକ କର(ଟିକସ) ଲଗାଉଥିଲେ । ଯାହାକୁ ବିରୋଧ କରି ଆଦିବାସୀଙ୍କ ଦେବୀ ସମ୍ମାକ୍କା ଝିଅ ସରଲମ୍ମା ନିଜ ସମ୍ପ୍ରଦାୟର ସୁରକ୍ଷା ପାଇଁ ଶାସକ କାକାଟିୟା ମାନଙ୍କ ବିରୋଧରେ ଲଢେଇ କରିଥିଲେ । ଆଉ ଏହି ଲଢେଇରେ ଉଭୟ ସହିଦ ମଧ୍ୟ ହୋଇଥିଲେ । ତାଙ୍କର ସେହି ବୀରତ୍ବ ଓ ବଳିଦାନୁ ସମ୍ମାନ ଜଣାଇ ତାଙ୍କୁ ସ୍ମରଣ କରିବା ପାଇଁ ପ୍ରତି 2 ବର୍ଷରେ ଥରେ ଏହି ସର୍ବବୃହତ ମେଳାର ଆୟୋଜନ ହୋଇଥାଏ । ଉଭୟ କେନ୍ଦ୍ର ସରକାର ଓ ତେଲେଙ୍ଗାନା ସରକାର ମଧ୍ୟ ଏହାକୁ ମାନ୍ୟତା ଦେବା ସହ ସମସ୍ତ ସହଯୋଗ କରିଥାନ୍ତି । ଯାହା ଚଳିତ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଛି ।

ଏହି ଯାତ୍ରାରେ ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା, କଳା, ସେମାନଙ୍କ ବେଶ ପୋଷାକ, ନୃତ୍ୟ ଓ ଅନ୍ୟାନ୍ୟ ନିର୍ଶନ ଦେଖିବାକୁ ମିଳେ । ଏହାସହ ଆଦିବାସୀଙ୍କ ସୁରକ୍ଷା ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ବିଭିନ୍ନ ଆଲୋଚନା ହୋଇଥାଏ ।

ଉଭୟ ସମ୍ମାକ୍କା ସରଲମ୍ମାଙ୍କ ପ୍ରତିମୂର୍ତ୍ତୀକୁ ପୂରା ବିଧିବିଧାନ ସହ ମେଡାରାମ ସ୍ଥିତି ଏକ ଛୋଟ ଗାଁରେ ତାଙ୍କର ମନ୍ଦିର ନିର୍ମାଣ ହୋଇଛି । ଆଦିବାସୀଙ୍କ ବିଭିନ୍ନ ପରମ୍ପରା ବିଧି ବିଧାନ ଅନୁସାରେ ମନ୍ଦିରରେ ପୂଜା ବିଦ୍ଧି ହୋଇଥାଏ ।

ଆଦିବାସୀଙ୍କ ଏହି ସର୍ବବୃହତ ଯାତ୍ରା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ, ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ, ସୁରକ୍ଷା ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଛନ୍ତି । ଯାତ୍ରାକୁ ସୁଚାରୁରୂପେ ସମ୍ପାଦାନ ପାଇଁ ତେଲେଙ୍ଗାନା ପ୍ରଶାସନ ପୁରା ବ୍ୟବସ୍ଥା କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.