ETV Bharat / bharat

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ

author img

By

Published : Jan 7, 2022, 8:21 AM IST

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ କୋରୋନା । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ
କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତରେ ସୁନାମି ଭଳି ମାଡୁଛି ସଂକ୍ରମଣ । ନେତା, ମନ୍ତ୍ରୀ, ସେଲିବ୍ରେଟି ସମସ୍ତଙ୍କୁ କବଳିତ କରୁଛି ମହାମାରୀ । ଗତ କିଛି ଦିନ ମଧ୍ୟରେ ଦେଶର ବହୁ ବରିଷ୍ଠ ରାଜନେତା ସଂକ୍ରମଣର ଶିକାର ହୋଇଛନ୍ତି । ଏବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କୋରୋନା ପଜିଟିଭ ଅଛନ୍ତି । ଉଭୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦ୍ବିତୀୟ ଥର ପାଇଁ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଦ୍ବିତୀୟ ଲହର ସମୟରେ ଗେହଲଟ୍ କୋରୋନା ଆକ୍ରାନ୍ତ ହୋଇଥିଲେ । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଗେହଲଟ୍ କରିଛନ୍ତି, ମୁଁ ଗୁରୁବାର ସନ୍ଧ୍ୟାରେ କୋରୋନା ଟେଷ୍ଟ କରିଥିଲି ଏବଂ ମୋ ରିପୋର୍ଟ ପଜିଟିଭ ଆସିଛି । ମୋ ଠାରେ ସାମାନ୍ୟ ଲକ୍ଷଣ ରହିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ କୋଭିଡ ଟେଷ୍ଟ କରାନ୍ତୁ ଏବଂ ଆଇସୋଲେସନରେ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ବୁଧବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟ୍ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେପଟେ ନିତ୍ୟାନନ୍ଦ ରାୟ ଟ୍ବିଟ୍ କରି କୋରୋନା ପଜିଟିଭ ଥିବା କହିଛନ୍ତି ଏବଂ ସମ୍ପୂର୍ଣ୍ଣ ଆଇସୋଲେସନରେ ରହିଥିବା ଜଣାଇଛନ୍ତି । ଗତ କିଛି ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି । ଗତ ବୁଧବାର କେନ୍ଦ୍ରମନ୍ତ୍ରୀ CAPF କର୍ମୀକୁ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.