ETV Bharat / bharat

WHO Report 2020: ପ୍ରତି 4 ଜଣଙ୍କ ମଧ୍ୟରୁ ଜଣେ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ

author img

By

Published : Jul 2, 2021, 1:04 PM IST

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର 2020 ମସିହାର ସ୍ବଚ୍ଛତା ରିପୋର୍ଟ ଆସିଛି । ଯେଉଁଥିରେ ଦର୍ଶାଯାଇଛି ଯେ ପ୍ରତି 4 ଜଣଙ୍କ ମଧ୍ୟରୁ ଜଣେ ନିଜ ଘରେ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି । ଅଧିକ ପଢନ୍ତୁ...

WHO REPORT 2020: ପ୍ରତି 4 ଜଣଙ୍କ ମଧ୍ୟରୁ ଜଣେ ସ୍ବଚ୍ଛ ପାନୀୟ ଜଳ ବ୍ୟବହାରରୁ ବଞ୍ଚିତ
WHO REPORT 2020: ପ୍ରତି 4 ଜଣଙ୍କ ମଧ୍ୟରୁ ଜଣେ ସ୍ବଚ୍ଛ ପାନୀୟ ଜଳ ବ୍ୟବହାରରୁ ବଞ୍ଚିତ

ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଓ ମିଳିତ ଜାତିସଂଘ ଶିଶୁ ପାଣ୍ଠି (UNICEF) ଦ୍ବାରା ପ୍ରକାଶିତ ମିଳିତ ରିପୋର୍ଟ ଅନୁଯାୟୀ 2020 ମସିହାରେ ପ୍ରାୟ ଚାରି ଜଣଙ୍କ ମଧ୍ୟରୁ ଜଣେ ନିଜ ଘରେ ସ୍ବଚ୍ଛ ପାନୀୟ ଜଳ ବ୍ୟବହାରରୁ ବଞ୍ଚିତ ଥିବା ବେଳେ ବିଶ୍ବର ପ୍ରାୟ ଅଧା ଲୋକ ସ୍ବଚ୍ଛ ପରିମଳ ବ୍ୟବସ୍ଥାର ସୁବିଧା ପାଇନଥିବା ରିପୋର୍ଟରେ ଦର୍ଶାଯାଇଛି ।

ସମସ୍ତେ ଭଲ ଭାବରେ ହାତ ଧୋଇବା ଆବଶ୍ୟକ । ହାତ 2ଟି ସ୍ବଚ୍ଛ ହେବା ନିହାତି ଆବଶ୍ୟକ, ଯାହାର ଜରୁରୀ ଆବଶ୍ୟକତାକୁ ଦର୍ଶାଇଛି କୋରୋନା ମହାମାରୀ । ଏହି ରିପୋର୍ଟ ଅନୁସାରେ ବିଶ୍ବର 10 ଜଣଙ୍କ ମଧ୍ୟରୁ 3 ଜଣ ନିଜ ଘରେ ସାବୁନ ଏବଂ ପାଣିରେ ହାତ ଧୁଅନ୍ତି ନାହିଁ ବୋଲି ଜଣାପଡିଛି । ହାତ ସଫା ରଖିବା ଦ୍ବାରା କୋରୋନା ମହାମାରୀଠାରୁ ଆରମ୍ଭ କରି ଅନ୍ୟ ସଂକ୍ରାମକ ରୋଗଠାରୁ ଆମେ ଦୂରେଇ ରହିପାରିବା । କିନ୍ତୁ ବିଶ୍ବରେ ଲକ୍ଷାଧିକ ଲୋକଙ୍କ ନିକଟରେ ସ୍ବଚ୍ଛ ପାଣି ପହଞ୍ଚୁନାହିଁ ବୋଲି WHOର ମହାନିର୍ଦ୍ଦେଶକ ଟେଡ୍ରସ ଅଧାନମ୍ ଘ୍ରେବ୍ରେସସ କହିଛନ୍ତି ।

ସେପଟେ UNICEFର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଏଟା ଫୋରଙ୍କ କହିବାନୁଯାୟୀ, ମହାମାରୀ ପୂର୍ବରୁ ମଧ୍ୟ ବିଶ୍ବରେ ଲକ୍ଷାଧିକ ଲୋକ ସ୍ବଚ୍ଛ ପାଣି, ସାନିଟେସନ ଓ ସ୍ବଚ୍ଛ ପରିବେଶରେ ହାତ ଧୋଉନଥିବାରୁ ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହୋଇଛନ୍ତି । 2016ରୁ 2020ର ରିପୋର୍ଟ ଅନୁସାରେ ବିଶ୍ବରେ ଲୋକମାନେ ଘରେ ସ୍ବଚ୍ଛ ପାଣିର ବ୍ୟବହାର 70 ପ୍ରତିଶତରୁ 74 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ପରିମଳ ପରିଚାଳନା ବ୍ୟବସ୍ଥା 47 ପ୍ରତିଶତରୁ 54 ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସାବୁନରେ ହାତ ଧୋଇବା 67 ପ୍ରତିଶତରୁ 71 ପ୍ରତିଶତକୁ ବୃ୍ଦ୍ଧି ପାଇଛି ।

ଲୋକମାନେ ସ୍ବଚ୍ଛତାକୁ ନେଇ ଆହୁରି ସତର୍କ ହେବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି । କୋରୋନା ମହାମାରୀ ସହିତ ଅନ୍ୟ ସଂକ୍ରାମକ ରୋଗର ମୂଳୋତ୍ପାଟନ ପାଇଁ ବିଶ୍ବବାସୀଙ୍କୁ ପାଣି, ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ ବୋଲି WHOର ମୁଖ୍ୟ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.