ETV Bharat / bharat

ଡ୍ରୋନ ପାଇଁ ଆସିବ Anti Drone Technology: ଅମିତ ଶାହ

author img

By

Published : Jul 19, 2021, 7:04 AM IST

ବିଗତ ଏକ ବର୍ଷ ମଧ୍ୟରେ ସୀମାରେ ୬୧ ଥର ଅଜଣା ଡ୍ରୋନ କାର୍ଯ୍ଯକଳାପ ଚିହ୍ନଟ ହୋଇଛି । ଏଥିପାଇଁ ଖୁବଶୀଘ୍ର Anti drone technology ବିକଶିତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । DRDO ଭଳି ସଂସ୍ଥା ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଅଧିକ ପଢ଼ନ୍ତୁ...

ଡ୍ରୋନ ପାଇଁ ଆସିବ anti drone technology : ଅମିତ ଶାହ
ଡ୍ରୋନ ପାଇଁ ଆସିବ anti drone technology : ଅମିତ ଶାହ

ନୂଆଦିଲ୍ଲୀ: ବିଗତ ଏକ ବର୍ଷ ମଧ୍ୟରେ ସୀମାରେ ୬୧ ଥର ଅଜଣା ଡ୍ରୋନ କାର୍ଯ୍ଯକଳାପ ଚିହ୍ନଟ ହୋଇଛି । ଏଥିପାଇଁ ଖୁବଶୀଘ୍ର Anti drone technology ବିକଶିତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । DRDO ଭଳି ସଂସ୍ଥା ଏଦିଗରେ କାର୍ଯ୍ୟ କରୁଛନ୍ତି । ଏହି technology ବିକଶିତ ହେଲେ ଏଗୁଡ଼ିକୁ ସୀମାରେ ପର୍ଯ୍ୟବେକ୍ଷଣ ପାଇଁ ସ୍ଥାପନ କରାଯିବ । ଯାହାଦ୍ବାରା ଭାରତ ମଧ୍ୟରେ ଅବାଧ ଡ୍ରୋନ ପ୍ରବେଶ ବନ୍ଦ କରାଯାଇ ପାରିବ ।

ଭାରତରେ ବାରମ୍ବାର ଡ୍ରୋନ ପ୍ରବେଶ ସମସ୍ୟାକୁ ନେଇ ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହ କହିଛନ୍ତି ଯେ, "ମୋଦି ସରକାର ସମୟରେ ଦେଶର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ସେନାକୁ ସମ୍ପୁର୍ଣ୍ଣ ସ୍ବାଧିନତା ଦିଆଯାଇଛି । କୌଣସି ଶତ୍ରୁ ଦେଶର ଅବାଧ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପ୍ରତି ସଭିଏଁ ଧ୍ୟାନ ଦେବା ଜରୁରୀ ।

DRDO ସହ ଅନ୍ୟ କେତେକ ସଂସ୍ଥା ମିଶି Anti drone technology ବିକଶିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ୨୦୨୨ ସୁଦ୍ଧା ଏହି ନୂଆ ଟେକ୍ନୋଲୋଜି ପ୍ରସ୍ତୁତ ହେବାନେଇ ଆଶା କରିଛନ୍ତି ଅମିତ ଶାହ । ଶାନ୍ତି ରକ୍ଷା ପାଇଁ ଭାରତ ସବୁବେଳେ ଚେଷ୍ଟା କରି ଆସିଛି । କିନ୍ତୁ ପଡ଼ୋଶୀ ଦେଶର କିଛି କାର୍ଯ୍ୟକଳାପ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ । ବିଜ୍ଞାନ ଭବନରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଏହା କହିଛନ୍ତି ଅମିତ ଶାହ ।

ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସମସ୍ତ ଗୃହ ରାଜ୍ୟ ମନ୍ତ୍ରୀଙ୍କ ସହ ଗୃହ ସଚିବ ଯୋଗ ଦେଇଥିଲେ । ଏହସହ RAW ଏବଂ Intelligence bureauର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଜମ୍ମୁରେ ଏୟାରବେସରେ ଏକ ବିସ୍ଫୋରକ ଡ୍ରୋନ ଖସାଇଥିଲେ ସୀମା ସୁରକ୍ଷା ବଳ । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିଲା । ଏହାପରେ ମଧ୍ୟ ଏକାଧିକ ଥର ସୀମାରେ ଅବାଧ ଡ୍ରୋନ ପ୍ରବେଶ ହୋଇଛି । ତେବେ ଏହାକୁ ନେଇ ସୀମା ସୁରକ୍ଷା ବାହିନୀ ପାଖରେ କୌଣସି ଜବାବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.