ETV Bharat / bharat

ଅଯୋଧ୍ୟାରେ ଅମିତ ଶାହା, ଜନସଭାକୁ କରିବେ ସମ୍ବୋଧନ

author img

By

Published : Dec 31, 2021, 8:40 AM IST

ଆଜି ୟୁପିର ଅଯୋଧ୍ୟା ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah will visit Ayodhya )। ସେଠାରେ ଜିଆଇସି ଗ୍ରାଉଣ୍ଡରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ଶାହା । ଅଧିକ ପଢନ୍ତୁ

ଆଜି ଆଯୋଧ୍ୟାରେ ଏକ ଜନସଭାକୁ ସମ୍ବୋଧିତ କରିବେ ଶାହ
ଆଜି ଆଯୋଧ୍ୟାରେ ଏକ ଜନସଭାକୁ ସମ୍ବୋଧିତ କରିବେ ଶାହ

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଜିତିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି । ଏ ନେଇ ଘନଘନ ବୈଠକ ସହ ରାଲି ରଣନୀତି ପ୍ରସ୍ତୁତ କରୁଛି ଦଳ । ନିର୍ବାଚନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଉଛି ବିଜେପି । ଏ ନେଇ ଆଜି ୟୁପିର ଅଯୋଧ୍ୟା ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah will visit Ayodhya )। ସେଠାରେ ଜିଆଇସି ଗ୍ରାଉଣ୍ଡରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ଶାହ ।

ସକାଳ ୧୦ଟା ୧୫ ସୁଦ୍ଧା ଶାହ ଅଯୋଧ୍ୟାରେ ଥିବା ହନୁମାନଗରୀ ମନ୍ଦିର ପରିଦର୍ଶନ କରିବେ । ଏହାପରେ ୧୦ଟା ୩୦ରେ ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପରିଦର୍ଶନ କରିବେ । ପରେ ପରେ ଅପରାହ୍ନ ୨ଟାରେ ଗୋରଖପୁରରେ ସାନ୍ତ କବିର ନଗରରେ ଜିଆଇସି ଗ୍ରାଉଣ୍ଡରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ । ଏହାସହ ବରେଲିରେ ଏକ ରୋଡ ଶୋ କରିବେ ଶାହ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହେବ ।

ପ୍ରକାଶ ଥାଉ କି, ଡିସେମ୍ବର ୧୯ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ନିର୍ବାଚନୀମଣ୍ଡଳୀ ଗାନ୍ଧୀନଗରକୁ ୪୯.୩୬ କୋଟିର ପ୍ରକଳ୍ପ ଭେଟି ଦେଇଥିଲେ । 2017 ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି 403 ସିଟ୍ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ମଧ୍ୟରୁ 312 ଟି ଆସନ ପାଇଥିବାବେଳେ ସମାଜବାଦୀ ପାର୍ଟି (ଏସପି) 47 ଟି ସିଟ୍, ବାହୁଜନ ସମାଜବାଦୀ ପାର୍ଟି (ବିଏସପି) 19ଟି ଏବଂ କଂଗ୍ରେସ ୭ଟି ସିଟ ଜିତିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.