ETV Bharat / bharat

Cyclone Biparjoy: କଚ୍ଛ ଉପକୂଳରେ ଆକାଶମାର୍ଗରୁ ସ୍ଥିତି ପରଖିଲେ ଶାହ

author img

By

Published : Jun 17, 2023, 5:29 PM IST

ଗୁଜୁରାଟ ଉପକୂଳରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଶାହ । ସାଙ୍ଗରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ସାମିଲ । ଅଧିକ ପଢନ୍ତୁ

Cyclone Biparjoy: କଚ୍ଛ ଉପକୂଳରେ ଆକାଶମାର୍ଗରୁ ସ୍ଥିତି ପରଖିଲେ ଶାହ
Cyclone Biparjoy: କଚ୍ଛ ଉପକୂଳରେ ଆକାଶମାର୍ଗରୁ ସ୍ଥିତି ପରଖିଲେ ଶାହ

ଗାନ୍ଧୀନଗର: ଗୁଜୁରାଟ ଉପକୂଳରେ ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ କରିବା ପରେ ଆଜି (ଶନିବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟ ଗସ୍ତ କରି ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି । ବାତ୍ୟାର ଲ୍ୟାଣ୍ଡଫଲରେ ସର୍ବାଧିକ ପ୍ରଭାବିତ ହୋଇଥିବା କଚ୍ଛ ଜିଲ୍ଲାରେ ଶାହ ଓ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଆକାଶମାର୍ଗରୁ ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିଛନ୍ତି । ଏହା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଉଭୟ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଓ ମୁଖ୍ୟମନ୍ତ୍ରୀ ପଟେଲ କ୍ଷୟକ୍ଷତି, ଉଦ୍ଧାର କର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି ।

ଏହା ପରେ ଶାହ ବାତ୍ୟା ପ୍ରଭାବିତ ଅନ୍ୟତମ ଉପକୂଳ ଜିଲ୍ଲା ମାଣ୍ଡଭୀ ଗସ୍ତ କରି ଉପକୂଳବର୍ତ୍ତୀ ପ୍ରଭାବିତଙ୍କୁ ଭେଟିଛନ୍ତି ଶାହ । ସେମାନଙ୍କ ସହ ଆଲୋଚନା କରିବା ପରେ ଉଦ୍ଧାରକାରୀ ଟିମର ସଦସ୍ୟଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ପରେ ସେ ସେଠାରୁ ଭୁଜ ଗସ୍ତ କରି ପ୍ରଭାବିତଙ୍କ ପାଇଁ ହୋଇଥିବା ଖାଦ୍ୟ ବିତରଣ ବ୍ୟବସ୍ଥାର ତଦାରଖ ମଧ୍ୟ କରିଥିଲେ । ଏକାଧିକ ଉପକୂଳବର୍ତ୍ତୀ 10 ଜିଲ୍ଲାରୁ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।

ଗୁରୁବାର ରାତିରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ । କଚ୍ଛ ଜିଲ୍ଲାର ଜଖାଉ ବନ୍ଦରରୁ ପ୍ରାୟ 10 କି.ମି ଦୂରରେ ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲା । ପ୍ରାୟ ସାରା ରାତି 140 କି.ମି ଘଣ୍ଟାପ୍ରତି ପବନରେ ତାଣ୍ଡବ ରଚିଥିଲା ଏହି ବାତ୍ୟା । ଏବେ ଏହା ଡିପ ଡିପ୍ରେସନ ମୋଡରେ ଥିବା ବେଳେ ଗୁଜୁରାଟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାତ୍ୟା ପ୍ରଭାବରେ ପ୍ରଭାବରେ ଗୁଜୁରାଟର 10 ଜିଲ୍ଲାରୁ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।

ବାତ୍ୟା ମୁକବିଲାରେ ପ୍ରାୟତଃ ସଫଳ ରହିଛି ସ୍ଥାନୀୟ ସରକାର । ରିଲିଫ କମିଶନର ଆଲୋକ ପାଣ୍ଡେଙ୍କ କହିବା ଅନୁସାରେ ବାତ୍ୟା ପ୍ରଭାବରେ 4,629 ଗ୍ରାମରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ଏଯାବତ 3,580 ଗ୍ରାମରେ ପୁନଃ ବିଦ୍ୟୁତ ସଂଯୋଗ ହୋଇସାରିଛି । ଏବେ ମଧ୍ୟ 1000 ଗ୍ରାମାଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ରହିଛି । ରିଷ୍ଟୋର କାମ ଜାରି ରହିଥିବା ସେ କହିଛନ୍ତି । ସେହିପରି କଚ୍ଛ ଜିଲ୍ଲାରେ 71ଟି ଗୋରୁଗାଈଙ୍କର ମୃତ୍ୟୁ ଘଟିଛି । 3275 ବୃକ୍ଷ ମଧ୍ୟ ଉପୁଡି ପଡ଼ିଛି । ଗଛଗୁଡ଼ିକ ଉପୁଡିଯିବା ପରେ ରାସ୍ତା ଅବରୋଧ ହୋଇଥିବାରୁ ଏହାକୁ କାଟି ରାସ୍ତା ସଫା କରିଛନ୍ତି NDRF ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.