ETV Bharat / bharat

Special session of Parliament: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

author img

By ETV Bharat Odisha Team

Published : Sep 17, 2023, 6:02 PM IST

ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦ ସ୍ବତନ୍ତ୍ର ଅଧିବେଶନ । ପୂର୍ବ ସଂଧ୍ୟାରେ ସଂସଦ ଲାଇବ୍ରୋରୀ ବିଲ୍ଡିଂରେ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଏକାଠି ହେଲେ ଶାସକ-ବିରୋଧୀ । ଅଧିକ ପଢ଼ନ୍ତୁ

Special session of Parliament: ଆରମ୍ଭ ହେଲା ସର୍ବଦଳୀୟ ବୈଠକ
Special session of Parliament: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ 5 ଦିନିଆ ସଂସଦ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ସର୍ବଦଳୀୟ ବୈଠକ ବସିଛି । ସଂସଦ ଲାଇବ୍ରୋରୀ ବିଲ୍ଡିଂରେ ଏହି ବୈଠକ ଅପରାହ୍ନରେ ଆରମ୍ଭ ହୋଇଛି । ଏକାଠି ହୋଇଛନ୍ତି ଶାସକ ବିରୋଧୀଙ୍କ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି । ଆଜି ବୈଠକରେ ସରକାର ଶୃଙ୍ଖଳାରେ ଗୃହକାର୍ଯ୍ୟ ଓ ସୁସ୍ଥ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିବା ସହ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିବେ ।

ବୁଧବାର ସଂସଦୀୟ ବ୍ଯାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିବେଶନ ପୂର୍ବ ସଂଧ୍ୟା (ଆଜି, 17 ତାରିଖ)ରେ ସର୍ବଦଳୀୟ ବୈଠକ ନେଇ ସମସ୍ତ ରାଜନୈତିକ ଦଳକୁ ଅବଗତ କରିଥିଲେ । ଇ-ମେଲ୍‌ ମାଧ୍ୟମରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା । ଆସନ୍ତାକାଲିଠାରୁ ଏହି 5 ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ କୌଣସି ବଡ଼ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ସରକାର ଏଜେଣ୍ଡା ସ୍ପଷ୍ଟ କରିନଥିବା ବେଳେ, ଏକକ ନିର୍ବାଚନ ପ୍ରସଙ୍ଗରେ କିଛି ପ୍ରକ୍ରିୟା ଆରମ୍ଭ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସରକାରୀ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ସର୍ବଦଳୀୟ ବୈଠକରେ ଉପସ୍ଥିତ ରହିଛନ୍ତି । ସେହିପରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, DMK ମୁଖ୍ୟ ବାଇକୋ, ଦଳୀୟ ସଂସାଦ ତିରୁଚି ଶିବା, ସିପିଆଇ (ଏମ) ନେତା ଭି.ଶିବାଦସନ, ଆପ ସାଂସଦ ସଂଞ୍ଜୟ ସିଂ, ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Special session of Parliament: ମହିଳା ସଂରକ୍ଷଣ ବିଲ ଦାବି କଲା କଂଗ୍ରେସ

ଅନ୍ୟପଟେ ଆସନ୍ତାକାଲି ଆରମ୍ଭ ହେଉଥିବା ଅଧିବେଶନ ପୂର୍ବରୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ହାଇଦ୍ରାବାଦରେ ଗତକାଲିଠାରୁ ଦୁଇଦିନିଆ ଦଳୀୟ କାର୍ଯ୍ୟକାରୀ କମିଟିର ବୈଠକ ଜାରି ରଖିଛି । ଆସନ୍ତକାଲି ଅଧିବେଶନରେ ଦଳର ଆଭିମୁଖ୍ୟ ଓ ରଣନୀତି କ’ଣ ରହିବ ସେ ନେଇ ବିଚାରବିମର୍ଶ ଜାରି ରହିଛି । ଏକକ ନିର୍ବାଚନ ପ୍ରସଙ୍ଗକୁ ଦଳ ବିରୋଧ କରିବା ନେଇ ପ୍ରଥମ ଦିନର ବୈଠକ ପରେ ସୂଚନା ସ୍ପଷ୍ଟ କରିସାରିଛି । ସେହିପରି ମହିଳାଙ୍କୁ ନିର୍ବାଚନରେ ସଂରକ୍ଷଣ ନେଇ ବିଲ୍‌ ଆଗତ କରିବା ପାଇଁ କଂଗ୍ରେସ ଦାବି ଉଠାଇବାକୁ ମଧ୍ୟ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.