ETV Bharat / bharat

ବୋମା ପକାଇ IGI ବିମାନବନ୍ଦର ଉଡାଇବାକୁ ଧମକ, ବଢିଲା ସୁରକ୍ଷା

author img

By

Published : Aug 8, 2021, 12:02 PM IST

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିପଦ । ଅଲ କାଏଦାର ଧମକପୂର୍ଣ୍ଣ ଇମେଲରେ ବଢିଲା ବିମାନ ସୁରକ୍ଷା । ବିମାନ ବନ୍ଦରକୁ ବୋମା ପକାଇ ଉଡାଇଦେବାକୁ ଧମକ ଦେଇଛି ଅଲ କାଏଦା । ଅଧିକ ପଢନ୍ତୁ...

IGI ବିମାନବନ୍ଦରକୁ ବମ ପକାଇ ଉଡାଇବାକୁ ଧମକ
IGI ବିମାନବନ୍ଦରକୁ ବମ ପକାଇ ଉଡାଇବାକୁ ଧମକ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିପଦ । ଅଲ କାଏଦାର ଧମକପୂର୍ଣ୍ଣ ଇମେଲରେ ବଢିଲା ବିମାନ ସୁରକ୍ଷା । ବିମାନବନ୍ଦରକୁ ବୋମା ପକାଇ ଉଡାଉ ଦେବାକୁ ଧମକ ଦେଇଛି ଅଲ କାଏଦା । ଏନେଇ ବିମାନ ବନ୍ଦର ପରଚାଳନା କେନ୍ଦ୍ରକୁ ସଜାଗ କରାଯାଇଛି ।

ଆଇଜିଆଇ ବିମାନବନ୍ଦର ଦ୍ବାରା ଜାରି ହୋଇଥିବା ବିବୃତ୍ତି ଅନୁସାରେ ଏହି ଧମକ ନିର୍ଦ୍ଦିଷ୍ଟ ନୁହେଁ ଏବଂ ବିମାନବନ୍ଦରରୁ ବମ୍ ଥ୍ରେଟ ଆସେସମେଣ୍ଟ କମିଟି (BTAC) ରଦ୍ଦ କରାଯାଇଥିଲା । ଏଥିସହ ଆଇଜିଆଇ ବିମାନବନ୍ଦରରେ ଏକ ଅତିରିକ୍ତ ସତର୍କ ସୂଚନା ଜାରି କରାଯାଇଛି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ।

ଶନିବାର ଆଇଜିଆଇ ପୋଲିସ୍ ଷ୍ଟେସନ ଆଇଜିଆଇ ବିମାନ ବନ୍ଦରକୁ ଅଲ କାଏଦା ବମ ପକାଇ ଉଡାଇଦେବାକୁ ଧମକ ଦେଇଥିବା ଏୟାରଲାଇନ୍ସ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଏଓସିସି) କୁ ସୂଚନା ଦେଇଛି । ଏଓସିସିକୁ କୁହାଯାଇଛି ଯେ କରଣବୀର ସୁରୀ/ ମହମ୍ମଦ ଜଲାଲ ଓ ତା ସ୍ତ୍ରୀ ସୋଲି ସାରା/ହସିନା ଆଜି ସିଙ୍ଗାପୁରରୁ ଭାରତ ଫେରୁଛନ୍ତି । ସେମାନେ ଗୋଟିଏରୁ ତିନି ଦିନ ଭିତରେ IGI ବିମାନବନ୍ଦରରେ ବୋମାମାଡ କରିବାକୁ ଯୋଜନା କରୁଛନ୍ତି ।

ଡିଆଇଜି କହିଛନ୍ତି କିଛି ଦିନ ଭିତରେ ସମାନ ଧମକ ଆସୁଛି । SOP ଅନୁଯାୟୀ, ସୁରକ୍ଷା ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର ସମସ୍ତ ସଂପୃକ୍ତ ଏଜେନ୍ସିକୁ ସୂଚନା ଦେଇଛି ଏବଂ କର୍ମଚାରୀମାନଙ୍କୁ ସତର୍କ କରାଇଛି | ଆଇଜି ବିମାନବନ୍ଦରର ସମସ୍ତ ଟର୍ମିନାଲରେ ଯାଞ୍ଚ କରାଯାଇଛି । ପ୍ରବେଶ ନିୟନ୍ତ୍ରଣ, ପ୍ରବେଶ ପଏଣ୍ଟରେ ଯାନଗୁ଼ଡିକ ଯାଞ୍ଚ ଏବଂ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ସମାନ ଦମ୍ପତିଙ୍କ ସହ ପୂର୍ବରୁ ହୋଇଥିବା ଧମକ ବାର୍ତ୍ତା ଯାଞ୍ଚ ରିପୋର୍ଟକୁ ଦେଖିବା ଏବଂ ଇ-ମେଲ ମାଧ୍ୟମରେ ଯାଞ୍ଚ କରିବାକୁ ଦିଲ୍ଲୀ ପୋଲିସକୁ ଅନୁରୋଧ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.