ETV Bharat / bharat

ପାହାଡିଆ ଅଞ୍ଚଳରେ ଔଷଧ ନେଇ ପହଞ୍ଚିଲା ଡ୍ରୋନ

author img

By

Published : Feb 17, 2023, 2:12 PM IST

ଋଷିକେଶରେ ଥିବା ଏମ୍ସରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଡ୍ରୋନ ସେବା । ଡ୍ରୋନରେ ଉପାନ୍ତ ଅଞ୍ଚଳକୁ ପଠାଯାଉଛି ମେଡିସିନ । ଅଧିକ ପଢନ୍ତୁ

AIIMS Rishikesh delivered medicines by drone

ଡେରାଡୁନ: ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ଲୋକଙ୍କୁ ଔଷଧ ଯୋଗାଇବାକୁ ପ୍ରୟାସ ଆରମ୍ଭ କରିଛି ଋଷିକେଶରେ ଥିବା ଏମ୍ସ । ଡ୍ରୋନ ମାଧ୍ୟମରେ ରୋଗୀଙ୍କ ପାଖରେ ମେଡିସିନ ପହଞ୍ଚାଉଛି ଏମ୍ସ ହସ୍ପିଟାଲ । ଯାହା ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏମ୍ସ ପ୍ରଫେସର ମିନୁ ସିଂ ଏବଂ ଡ୍ରୋନ କମ୍ପାନୀର ଅଧିକାରୀ ମାନେ ପ୍ରଥମ ଥର ତିନି କେଜି ଓଜନର ମେଡିସିନ ପଠାଇଥିଲେ। 29 ମିନିଟ ସମୟ ମଧ୍ୟରେ ତେହେରୀରରେ ମେଡିସିନ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା ଡ୍ରୋନ । ତେବେ ପ୍ରଥମ ଥର ପାଇଁ ଏମ୍ସ ତରଫରୁ ଏପରି କାର୍ଯ୍ୟ ଆରମ୍ଭ ହୋଇଥିବା ଏମ୍ସ ପ୍ରଫେସର ମତ ପ୍ରକାଶ କରିଛନ୍ତି।

ଋଷିକେଶ ଏମ୍ସ ଠାରୁ ଡ୍ରୋନ ମାଧ୍ୟମରେ ଔଷଧ ପଠାଗଲା: ଗତକାଲି ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳକୁ ଡ୍ରୋନ ମାଧ୍ୟମରେ ଔଷଧ ପଠାଯାଇଥିଲା । ଏହାକୁ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ମିନୁ ସିଂ ଉଦଘାଟନ କରିଥିଲେ । ପ୍ରାୟ ତିନି କିଲୋଗ୍ରାମ ଓଜନର ଔଷଧର ଏକ ପାର୍ସଲ ଡ୍ରୋନ ମାଧ୍ୟମରେ ନୂଆ ତେହେରୀ ଗ୍ରାମକୁ ପଠାଯାଇଥିଲା ।

ଡ୍ରୋନ ଦ୍ବାରା ପ୍ରଥମ ଥର ପାଇଁ ପଠାଗଲା ଔଷଧ: ମିନୁ ସିଂ କହିଛନ୍ତି ଯେ, ''ଅପହଞ୍ଚ ଅଞ୍ଚଳରେ ଔଷଧ ପହଞ୍ଚାଇବା ପାଇଁ ଅନେକ ଥର ରାସ୍ତା ଅତିକ୍ରମ କରିବାକୁ ପଡିଛି । କିନ୍ତୁ ବେଳେବେଳେ ରାସ୍ତାରେ ଔଷଧ ବିତରଣ କରିବାକୁ ବହୁତ ସମୟ ଲାଗେ । କମ ସମୟରେ ମେଡିସିନ କିପରି ପହଞ୍ଚି ପାରିବ ସେଥି ପାଇଁ ସେଥିପାଇଁ ଡ୍ରୋନ୍ ମାଧ୍ୟମରେ ଔଷଧ ପଠାଇବା ଆରମ୍ଭ ହୋଇଛି। ପ୍ରଥମ ପରୀକ୍ଷଣ ଭାବରେ ଡ୍ରୋନକୁ ପର୍ବତର ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ଏହାର ସଫଳ ପରୀକ୍ଷଣ ପରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ନୂଆ ତେହେରୀକୁ ଔଷଧ ପଠାଯାଇଥିଲା।''

80 କିଲୋମିଟର ପର୍ଯ୍ୟନ୍ତ ଉଡାଣ କରିପାରିବ ଡ୍ରୋନ: ମିନୁ ସିଂ କହିଛନ୍ତି ଯେ, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଏମ୍ସ କ୍ରମାଗତ ଭାବରେ ନୂତନ ଦିଗ ଆପଣାଉଛି । ରାଜ୍ୟର ଯେ କୌଣସି ସ୍ଥାନରେ ଔଷଧ ସହଜରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି । ଏହି ଡ୍ରୋନ୍ ଥରକରେ 80 କିଲୋମିଟର ପର୍ଯ୍ୟନ୍ତ ଉଡିପାରିବ। ବର୍ତ୍ତମାନ ପାହାଡ ଅଞ୍ଚଳରେ ସର୍ବାଧିକ 42 କିଲୋମିଟର ଯାତ୍ରା କରିଛି ଏହି ଡ୍ରୋନ । ତେବେ ପ୍ରଥମ କରି ଋଷିକେଶରେ ଥିବା ଏମ୍ସରେ ଏପରି ସୁବିଧା ଉପଲବ୍ଧ କରାଯାଇଛି।ଯାହା ଅନ୍ୟ କୌଣସି ହସ୍ପିଟାଲରେ ନାହିଁ। ''

29 ମିନିଟରେ ତେହେରୀରେ ପହଞ୍ଚିଥିଲା ଡ୍ରୋନ: ଡ୍ରୋନରେ 3 କେଜିର ମେଡିସିନ ଥିବା ବେଳେ ତାହା ତେହେରୀରେ ପହଞ୍ଚିବାକୁ 29 ମିନିଟ ସମୟ ଲାଗିଥିଲା। ଯାହା 42 କିଲୋମିଟର ରାସ୍ତା ଅତିକ୍ରମ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.