ETV Bharat / bharat

ଆସାମରେ ବାଲ୍ୟବିବାହ ନିରୋଧ ଅଭିଯାନକୁ କୋକୁଆ ଭୟ, ଜୀବନ ହାରିଲେ ମହିଳା !

author img

By

Published : Feb 5, 2023, 7:10 AM IST

ଆସାମରେ ବାଲ୍ୟ ବିବାହ ନିରୋଧ ଅଭିଯାନରେ ଭୟଭୀତ ବାଲ୍ୟ ବିବାହ କରାଉଥିବା ପିତାମାତା । ଜଣେ ମହିଳା ଜୀବନ ହାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଆସାମରେ ବାଲ୍ୟ ବିବାହ ନିରୋଧ ଅଭିଯାନର ପ୍ରତିକୂଳ ପ୍ରଭାବ, ଆତ୍ମହତ୍ୟା କଲେ ମହିଳା
ଆସାମରେ ବାଲ୍ୟ ବିବାହ ନିରୋଧ ଅଭିଯାନର ପ୍ରତିକୂଳ ପ୍ରଭାବ, ଆତ୍ମହତ୍ୟା କଲେ ମହିଳା

ହାଇଦ୍ରାବାଦ: ଆସାମରେ ଗତ ଦୁଇ ଦିନ ହେବ ବାଲ୍ୟ ବିବାହ ରୋକିବାକୁ ନେଇ ସରକାର ଚଳାଇଥବା ମିଶନକୁ ନେଇ କିଛି ସ୍ଥାନରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲ୍ୟ ବିବାହ କରାଇଥିବା ପିତାମାତା ଗିରଫ ହେବା ନେଇ ଆସାମ ସରକାର ଘୋଷଣା କରିବା ପରେ ଏପରି କରିଥିବା ଅଭିଭାବକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । କେବଳ ଏତିକି ନୁହେଁ ମାନକଚର ଜିଲ୍ଲାରେ 10ବର୍ଷ ପୂର୍ବରୁ ବାଲ୍ୟବିବାହ କରିଥିବା ଜଣେ 22 ବର୍ଷୀୟା ମହିଳା ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମୃତ ମହିଳାଙ୍କ ପରିବାର ଲୋକଙ୍କ ସୂଚନାରେ ସେ 12 ବର୍ଷ ବୟସରେ ବିବାହ କରିଥିଲେ । ତେବେ ବାଲ୍ୟବିବାହ କରାଇଥିବା ପିତାମାତା ଗିରଫ ହେବା ନେଇ ସରକାରଙ୍କ ଘୋଷଣା ପରେ ମହିଳାଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଅନ୍ୟପଟେ ରାଜ୍ୟରେ ବାଲ୍ୟବିବାହ ରୋକିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମିଶନ ଜାରି ରଖିଛନ୍ତି ସରକାର । ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ଟିମ୍‌ ଏହି ମିଶନରେ ସାମିଲ ହୋଇଛନ୍ତି । କେବଳ ଗତକାଲି (ଶୁକ୍ରବାର) ରାଜ୍ୟରେ ଏହି ମାମଲାରେ ମୋଟ 2221 ଜଣଙ୍କୁ ଗିରଫ କରାଯାଇଛି । ସେହିପରି ନିକଟରେ ହୋଇଥିବା ଗିରଫଦାରୀ ସଂଖ୍ୟା 8134ରେ ପହଞ୍ଚିଛି ।

ଆସାମରେ ବାଲ୍ୟବିବାହ ବହୁଳମାତ୍ରାରେ ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତଥାପି ସଚେତନତା ଓ ଶିକ୍ଷାର ଅଭାବ ଫଳରେ ଏହି ଦିଗରେ ଆଶାନୁରୂପକ ସଫଳତା ମିଳିପାରୁନାହିଁ । ଏବେ ଗତ କିଛି ମାସ ହେବ ରାଜ୍ୟରେ ବାଲ୍ୟବିବାହ ନିରୋଧ ମିଶନ ଜାରି ରହିଛି । ବାଲ୍ୟବିବାହ କରାଉଥିବା ପିତାମାତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବାରେ ଲାଗିଛି । ତେବେ ସରକାରଙ୍କ ଏପରି କଠୋର ଆଭିମୁଖ୍ୟରେ କିଛି ସ୍ଥାନରେ କୋକୁଆ ଭୟ ଦେଖିବାକୁ ମିଳିଲାଣି । ଜଣେ ମହିଳା ଏହି କାରଣରୁ ଜୀବନ ହାରିଥିବା ଅଭିଯୋଗ ମଧ୍ୟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.