ETV Bharat / bharat

BPL ପରିବାରର ପ୍ରମୁଖ ସଦସ୍ୟଙ୍କ କୋରୋନାରେ ମୃତ୍ୟୁ ହେଲେ ଦିଆଯିବ 1 ଲକ୍ଷ ଟଙ୍କା କ୍ଷତିପୂରଣ

author img

By

Published : Jun 14, 2021, 7:37 PM IST

ମହାମାରୀ କୋରୋନାରେ କର୍ଣ୍ଣାଟରେ ବିପିଏଲ ପରିବାରର ରୋଜଗାର ସଦସ୍ୟଙ୍କ ମୃତ୍ୟୁ ହେଲେ ଦିଆଯିବ 1 ଲକ୍ଷ ଟଙ୍କା କ୍ଷତିପୂରଣ । ଏ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Karnataka CM
BPL ପରିବାରର ପ୍ରମୁଖ ସଦସ୍ୟଙ୍କ କୋରୋନାରେ ମୃତ୍ୟୁ ହେଲେ ଦିଆଯିବ 1 ଲକ୍ଷ ଟଙ୍କା କ୍ଷତିପୂରଣ

ବେଙ୍ଗାଲୁରୁ: କୋରୋନାରେ ବିପିଏଲ ପରିବାରର ପ୍ରମୁଖ ସଦସ୍ୟଙ୍କ ମୃତ୍ୟୁ ହେଲେ ଦିଆଯିବ 1 ଲକ୍ଷ ଟଙ୍କା କ୍ଷତିପୂରଣ । ସୋମବାର ଏ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା । ଏହାସହ ରାଜ୍ୟରେ ଅନଲକ ପରିସ୍ଥିତିକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସାରା ଦେଶରେ ଜାରି ରହିଛି । ଦେଶରେ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ସଟଡାଉନ ଲାଗି ରହିଛି । କୋରୋନାର ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁବରଣ କରିଛନ୍ତି । କୋରୋନର ପ୍ରକୋପରେ ଦେଶରେ ଚାରି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ କର୍ଣ୍ଣାଟକ ସରକାର ବିପିଏଲ ପରିବାର ପ୍ରମୁଖ ତଥା ରୋଜଗାର ସଦସ୍ୟ କୋରୋନାରେ ମୃତ୍ୟୁବରଣ କଲେ 1 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଘୋଷଣା କରିଛନ୍ତି । ଏହାସହ ରାଜ୍ୟରେ ଅନଲକ ପରିସ୍ଥିତିକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ଏବଂ ରାଜ୍ୟରେ କୋରୋନାକୁ ରୋକିବା ପାଇଁ ସମସ୍ତ ପ୍ରକାରର ଗାଇଡଲାଇନ ପାଳନ କରିବା ପାଇଁ ଅପିଲ କରିଛନ୍ତି ।

ସୂଚନାଥାଉକି କର୍ଣ୍ଣାଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27,65,134 ରହିଛି । ସେପଟେ ରାଜ୍ୟରେ ମୋଟ ଆକ୍ଟିଭ ମାମଲା 180856 ରହିଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 32,913 ଯାହା ଦେଶରେ ମହାରାଷ୍ଟ୍ର ପଛକୁ ଦ୍ବିତୀୟ ସର୍ବାଧିକ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.