ETV Bharat / bharat

ତେଲେଙ୍ଗାନାରେ 12400 କୋଟିର ନିବେଶ କରିବ ଆଦାନୀ ଗ୍ରୁପ

author img

By ETV Bharat Odisha Team

Published : Jan 17, 2024, 3:21 PM IST

Investment in Telangana: ତେଲେଙ୍ଗାନାରେ 12400 କୋଟିର ନିବେଶ କରିବ ଆଦାନୀ ଗ୍ରୁପ । ତେଲେଙ୍ଗାନା ସରକାର ଏବଂ ଆଦାନୀ ଗ୍ରୁପ ମଧ୍ୟରେ ସ୍ବାକ୍ଷରିତ ହେଲା ଚୁକ୍ତିନାମା । ଅଧିକ ପଢନ୍ତୁ

Investment in Telangana
ତେଲେଙ୍ଗାନାରେ ଆଦାନୀ ଗ୍ରୁପର ନିବେଶ

ହାଇଦ୍ରାବାଦ: ତେଲେଙ୍ଗାନାରେ 12400 କୋଟି ଟଙ୍କାର ନିବେଶ କରିବ ଆଦାନୀ ଗ୍ରୁପ । ତେଲେଙ୍ଗାନା ସରକାର ଏବଂ ଆଦାନୀ ଗ୍ରୁପ ମଧ୍ୟରେ 4ଟି ଚୁକ୍ତିନାମା(MOU) ସ୍ବାକ୍ଷରିତ ହୋଇଛି । ଡାଭୋସରେ ଜାରି ରହିଥିବା ଓ୍ବାର୍ଲଡ ଇକୋନୋମି ଫେରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତି ରେଡ୍ଡୀ ଏବଂ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

  • The government of Telangana signed 4 MoUs with the Adani Portfolio of Companies for over Rs 12,400 crores at the World Economic Forum, Davos. Adani Group to invest Rs 5,000 crores in 100 MW data centre that will use green energy. Adani Green to set up two pump storage projects… pic.twitter.com/htVCrR0Pz5

    — ANI (@ANI) January 17, 2024 " class="align-text-top noRightClick twitterSection" data=" ">

5000କୋଟି ନିବେଶରେ ତିଆରି ହେବ 100 ମେଗାଓ୍ବାଟର ଡାଟା ସେଣ୍ଟର: ଆଦାନୀ ଗ୍ରୁପ ଏବଂ ତେଲେଙ୍ଗାନା ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ରାଜ୍ୟର ଆର୍ଥିକ ପ୍ରଗତିରେ ବୃଦ୍ଧି କରିବା ନେଇ କୁହାଯାଉଛି । ଏହାସହ ତେଲେଙ୍ଗାନାରେ ଗ୍ରୀନ ଏନର୍ଜି ବିକାଶ ଦିଗରେ ଉତ୍ତମ କାର୍ଯ୍ୟ କରାଯାଇପାରିବ । 5000 କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ 100 ମେଗାୱାଟ ଡାଟା କେନ୍ଦ୍ର ନିର୍ମାଣ କରିବାକୁ ରାଜି ହୋଇଛି ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ । ତେବେ ଏହି ଡାଟା ସେଣ୍ଟର ଆଗାମୀ 5 ବର୍ଷ ମଧ୍ୟରେ ତିଆରି କରାଯିବା ନେଇ ଯୋଜନା କରାଯାଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟର କ୍ଷୁଦ୍ର ଲଘୁ ଶିଳ୍ପ ଏବଂ ରାଜ୍ୟର ଷ୍ଟାର୍ଟଅପ୍ ଗୁଡିକର ମଧ୍ୟ ସହାୟତା ନିଆଯିବ । ତେବେ ଏହା ଦ୍ବାରା 600 ଜଣ ରୋଜଗାର ପାଇବେ ବୋଲଇ ସୁତ୍ରରୁ ପ୍ରକାଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା 5 ବର୍ଷରେ 2 ଲକ୍ଷ କୋଟିରୁ ଅଧିକ ନିବେଶ କରାଯିବ: ଗୌତମ ଆଦାନୀ

ଖୋଲିବ ଦୁଇଟି ପମ୍ପ ଷ୍ଟୋରେଜ୍ ପ୍ରୋଜେକ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟ: ଏହା ବ୍ୟତୀତ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ମଧ୍ୟ ପ୍ରାୟ 5000 କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ ଦୁଇଟି ପମ୍ପ୍ ଷ୍ଟୋରେଜ୍ ପ୍ରକଳ୍ପ ନିର୍ମାଣ କରିବା ନେଇ ମଧ୍ୟ ଘୋଷଣା କରିଛି । ସେଥିମଧ୍ୟରୁ ଗୋଟିଏ 850 ମେଗାୱାଟ ପ୍ରକଳ୍ପ କୋୟାବେଷ୍ଟାଗୁଡମ ଏବଂ ଅନ୍ୟଟି 500 ମେଗାୱାଟ ପ୍ରୋଜେକ୍ଟ ନାଚରାମରେ ଖୋଲାଯିବ । ଏହା ସହିତ ଆମ୍ବୁଜା ସିମେଣ୍ଟ ମଧ୍ୟ 5 ବର୍ଷରେ 1400 କୋଟି ଟଙ୍କା ବିନିଯୋଗ ସହିତ 6 ଟି MTPA କ୍ଷମତା ବିଶିଷ୍ଟ ଏକ କାରଖାନା ଖୋଲିବ । ଏହା ପ୍ରାୟ 4000 ଲୋକଙ୍କୁ ରୋଜଗାର ଯୋଗାଇବ ।

ଡ୍ରୋନ ଏବଂ ମିସାଇଲ ସିଷ୍ଟମରେ ବି ନିବେଶ କରିବ ଆଦାନୀ ଗ୍ରୁପ: ଆଦାନୀ ଡିଫେନ୍ସ ସିଷ୍ଟମ ଆଣ୍ଡ ଟେକ୍ନୋଲୋଜି 10 ବର୍ଷ ମଧ୍ୟରେ ରାଜ୍ୟରେ 100 କୋଟି ଟଙ୍କି ନିବେଶ କରିବା ନେଇ ପ୍ରତିଶୃତି ଦେଇଛନ୍ତି । ଏହି ବିନିଯୋଗରେ ଆଦାନୀ ଏରୋସ୍ସେସ ପାର୍କରେ ଡ୍ରୋନ ଏବଂ ମିସାଇଲ ସିଷ୍ଟମର ରିସର୍ଚ୍ଚ, ଡେଭଲପମେଣ୍ଟ, ଡିଜାଇନ, ମେନ୍ୟୁଫେକ୍ଚରିଂ ଏବଂ ଇଣ୍ଟିଗ୍ରେସନ କରାଯିବ । ଏହି ପ୍ରୋଜେକ୍ଟରେ ପ୍ରାୟ 1000 ଲୋକ ନିଯୁକ୍ତି ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.