ETV Bharat / bharat

ତେଲେଙ୍ଗାନା-ଛତିଶଗଡ ସୀମାରେ ଗୁଳି ବିନିମୟ, 3 ମାଓବାଦୀ ସଫା

author img

By

Published : Oct 25, 2021, 10:52 AM IST

ମାଓବାଦୀ-ପୋଲିସ ମୁହାଁମୁହିଁ । ଗୁଳି ବିନିମୟରେ ଟଳିଲେ 3 ମାଓବାଦୀ । ତେଲେଙ୍ଗାନା-ଛତିଶଗଡ ସୀମା ମୁଲୁଗୁ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ଅଧିକ ପଢନ୍ତୁ...

3 ମାଓବାଦୀ ସଫା
3 ମାଓବାଦୀ ସଫା

ରାୟପୁର: ପୋଲିସକୁ ବଡ ସଫଳତା । ପୁଣି ସୀମାରେ ମୁହାଁମୁହିଁ ହେଲେ ମାଓବାଦୀ-ପୋଲିସ । ଗୁଳି ବିନିମୟରେ ଟଳିଲେ 3 ମାଓବାଦୀ । ତେଲେଙ୍ଗାନା-ଛତିଶଗଡ ସୀମା ମୁଲୁଗୁ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ 3 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ AK-47 ବନ୍ଧୁକ, ରାଇଫଲ ଜବତ କରିଛି ପୋଲିସ । ଏହାସହ ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ ।

ସୂଚନା ଥାଉକି, ମାଓବାଦୀଙ୍କୁ କଡା ଜବାବ ଦେଉଛି ପୋଲିସ । ନିକଟରେ ଓଡିଶାର ତୁଳସୀପୁର ପାହାଡ଼ ଜଙ୍ଗଲରେ ପୋଲିସ-ମାଓ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ମହିଳା, ଜଣେ ପୁରୁଷ ମାଓବାଦୀ ପ୍ରାଣ ହରାଇଥିଲେ । ମାଓ ନେତା ସୁନୀଲ ସହିତ ଅନ୍ୟ କିଛି ମାଓନେତା ପୋଲିସର ଆକ୍ରମଣ ପ୍ରତିହତ କରିନପାରି ଛତ୍ରଭଙ୍ଗ ଦେଇଥିଲେ । ତେବେ ଘଟଣାସ୍ଥଳରୁ ଇନସାସ ବନ୍ଧୁକ, ବିସ୍ଫୋରକ ଓ କିଛି ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.