ବାଲୁକା କଳାରେ ରାଷ୍ଟ୍ରୀୟ ନବବର୍ଷର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - HINDU NEW YEAR 2024

By ETV Bharat Odisha Team

Published : Apr 9, 2024, 9:24 AM IST

thumbnail

Hindu new year: ପୁରୀ: ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ । ଏନେଇ ସମଗ୍ର ଭାରତ ବର୍ଷରେ ବେଶ୍ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ  ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ଶୁଭେଚ୍ଛା ଦେଇଛନ୍ତି । ବାଲୁକା ଚିତ୍ରକଳାରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ବାଲୁକା ଚିତ୍ରକଳାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିକୃତି ପ୍ରସ୍ତୁତ କରିବା ସହ ତାକୁ ପଦ୍ମ ଓ ବିଭିନ୍ନ ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି l ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଏହି ସୁନ୍ଦର ବାଲୁକା କଳା ଦେଖିଵା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି l ପ୍ରତିବର୍ଷ ଚୈତ୍ରଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷକୁ ପାଳନ କରାଯାଇଥାଏ l ତେବେ ଆଜି ରାଷ୍ଟ୍ରୀୟ ନବ ବର୍ଷ ପଡୁଥିବାରୁ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ବାଲୁକା କଳାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବାଲୁକା ଚିତ୍ର କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.