ମଲ୍ଟିଷ୍ଟାରର୍ ଫିଲ୍ମ 'ଚନ୍ଦ୍ରବଂଶୀ'ର ମହୁରତ, ସିଦ୍ଧାନ୍ତ-ଶ୍ରୀତମ-ଆକାଶ ଏକାଠି ଆସିବେ ନଜର

By ETV Bharat Odisha Team

Published : Feb 22, 2024, 9:54 AM IST

thumbnail

Odia Film Chandrabanshi Mahurat: ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର 'ଚନ୍ଦ୍ରବଂଶୀ'ର ମହୁରତ୍ ହୋଇଯାଇଛି । 'ଚନ୍ଦ୍ରବଂଶୀ' ହେଉଛି ଅନସମିସ୍ ପ୍ରଡକ୍ସନ ନିବେଦିତ ଚତୁର୍ଥ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାନ୍ତ, ଶ୍ରୀତମ, ଆକାଶଙ୍କୁ ଏକାଠି ଦେଖିବାକୁ ମିଳିବ । ମହାଭାରତ ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ ନିର୍ଦ୍ଦେଶକ ୟଶ-ସୁନୀଲ ଯୋଡ଼ି ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସାଦ ନିଜାମ୍ । ବହୁ ବର୍ଷ ପରେ ବଡ଼ ପରଦାରେ ଦର୍ଶକ ଏମିତି ଏକ ମଲ୍ଟିଷ୍ଟାରର୍ ଚଳଚ୍ଚିତ୍ର ଦେଖିବାକୁ ପାଇବେ । 

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ‘ଭୋଟ’ର ଟ୍ରେଲର ରିଲିଜ, ୨୩ରେ ପରଦାକୁ ଆସିବ ଫିଲ୍ମ


ଏହାସହ ରାଜ ରାଜେଶ, ପୁନମ, ଜସ୍ମିନ, ଲିପସା ମିଶ୍ର, ଶକ୍ତି ବରାଳ, ଉଷସୀ ମିଶ୍ର, ସ୍ମିତା ମହାନ୍ତି, ଦେବୁ ବ୍ରହ୍ମା, ଦୈତାରୀ ପଣ୍ଡା, ପୀୟୁଷ ତ୍ରିପାଠୀ, ସମରେଶ ରାଉତରାୟ ଓ ଅଶ୍ଵିନୀ ତ୍ରିପାଠୀଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମଟି ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମିତ ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ରଜ ଅବସରରେ 'ଚନ୍ଦ୍ରବଂଶୀ' ମୁକ୍ତିଲାଭ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.