ଜୁଡିଆ ଘାଟିରେ ସିରିଜ ଦୁର୍ଘଟଣା, 7 ଗୁରୁତର

By ETV Bharat Odisha Team

Published : Feb 5, 2024, 12:34 PM IST

thumbnail

Kendujhar Series Accident: କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟିରେ ସିରିଜ ଦୁର୍ଘଟଣା । ୩ଟି ଟ୍ରକ ଓ ୪ଟି ବାଇକକୁ ଧକ୍କା ଦେଲା ଆଉ ଏକ ଟ୍ରକ । ଆଜି ସକାଳୁ ଟାଉନ ଥାନା ଅନ୍ତର୍ଗତ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଏକ ଟ୍ରକ୍ କଲିକତା ଅଭିମୁଖେ ଯାଉଥିଲା । ଘାଟିରୁ ଓହ୍ଲାଇବା ସମୟରେ ଟ୍ରକର ବ୍ରେକ ଫେଲ ହୋଇଯିବାରୁ ଘାଟି ରାସ୍ତା କଡ଼ରେ ଥିବା ଟ୍ରକ୍ ଓ ବାଇକ ସହ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଗୁରୁତରଙ୍କ ପରିଚୟ ମିଳି ନ ଥିବା ବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଟାଉନ ଥାନା ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.