ମୌଳିକ ଅଧିକାର ଦାବି, କିନ୍ନର ସଂଘର ସଚେତନତା ଶୋଭାଯାତ୍ରା

By ETV Bharat Odisha Team

Published : Feb 22, 2024, 9:50 AM IST

thumbnail

Rally For Transgender Awareness: ଗଜପତି: ସମାଜରେ ପୁଅ ଓ ଝିଅଙ୍କ ଭଳି କିନ୍ନରମାନେ ମଧ୍ୟ ମଣିଷ । ସେମାନଙ୍କର ବି ବଞ୍ଚିବାର ଅଧିକାର ରହିଛି । କିନ୍ତୁ ତଥାକଥିତ ଶିକ୍ଷିତ ସମାଜ ଏହାକୁ ଆଜି ଯାଏଁ ଗ୍ରହଣ କରିପାରୁନାହିଁ । ଯାହା ଫଳରେ କିନ୍ନରମାନଙ୍କୁ ନାହିଁନଥିବା ହଇରାଣରେ ରହି ବଞ୍ଚିବାକୁ ପଡୁଛି । ତେଣୁ ଏହାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଗଜପତି ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜନହର ଛକରୁ କିନ୍ନର ସଂଘ ଏକ ଶୋଭାଯାତ୍ରା ବାହାର କରି ବିଭିନ୍ନ ପ୍ରକାର ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲା ।  ସମାଜରେ ବଞ୍ଚିବା ପାଇଁ ପୁଅ ଓ ଝିଅଙ୍କ ପାଇଁ ଯେମିତି ମୌଳିକ ଅଧିକାର ରହିଛି କିନ୍ନର ପାଇଁ ମଧ୍ୟ ସମାନ ଅଧିକାର ରହିଛି । ତେଣୁ ଏହାକୁ ସୁରକ୍ଷିତ କରିବାକୁ ସେମାନେ ଦାବି କରିଛନ୍ତି  । 

ଏହା ମଧ୍ୟ ପଢନ୍ତୁ- ଆଶାର ଉତ୍ସ କିନ୍ନର ଝୁନୁ-ଭୀମା: ସମାଜକୁ ଦେଖାଇଲେ ଦିଗଦର୍ଶନ, ସାଜିଲେ ଉଦାହରଣ

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.