ପ୍ରତିଶ୍ରୁତି ରଖିଲେ ରେଳମନ୍ତ୍ରୀ, ନବରଙ୍ଗପୁରରେ ପୁଣି ଆରମ୍ଭ ହେଲା ରେଲୱେ ଟିକେଟ ବୁକିଂ

By ETV Bharat Odisha Team

Published : Mar 6, 2024, 8:57 AM IST

Updated : Mar 6, 2024, 9:29 AM IST

thumbnail

Nabarangpur Railway Ticket Booking Counter: ନବରଙ୍ଗପୁର: ଦୀର୍ଘ ମାସର ବ୍ୟବଧାନ ପରେ ନବରଙ୍ଗପୁରରେ ରେଲୱେ ଟିକେଟ ବୁକିଂ କାଉଣ୍ଟର ପୁନଃ କାର୍ଯ୍ୟକ୍ଷମ ହୋଇଛି l ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଏହି ବୁକିଂ କାଉଣ୍ଟର ଗତକାଲି(ମଙ୍ଗଳବାର) ପୁନର୍ବାର ଆରମ୍ଭ କରାଯାଇଛି । ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ଏହି ଟିକେଟ କାଉଣ୍ଟରକୁ ଉଦ୍ଘାଟନ କରାଯାଇଛି । ସୂଚନା ମୁତାବକ, ନବରଙ୍ଗପୁର ଜିଲ୍ଲାରେ ଥିବା ରେଲୱେ ଟିକେଟ କାଉଣ୍ଟରଟି ବିଭିନ୍ନ ଅସୁବିଧା ଯୋଗୁଁ ଗତ 2023 ଜୁଲାଇ ମାସରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ କାଉଣ୍ଟର ଖୋଲିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା । ବର୍ତ୍ତମାନ ଏହି କାଉଣ୍ଟର ପାଇଁ ରେଲୱେ ୱାଲଟିୟାର ଡିଭିଜନ ପକ୍ଷରୁ ଜଣେ ଷ୍ଟାଫଙ୍କ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି କାଉଣ୍ଟର ସକାଳ 8 ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ନବରଙ୍ଗପୁରବାସୀଙ୍କ ଦାବି ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି କାଉଣ୍ଟରକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ କରିଥିବାରୁ ନବରଙ୍ଗପୁରବାସୀଙ୍କ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଗତକାଲିର ଏହି କାର୍ଯ୍ୟକ୍ରମରେ ରେଲୱେ ୱାଲଟିୟାର ଡିଭିଜନ, ବିଶାଖାପଟନମର ଆସିଷ୍ଟାଣ୍ଡ କମରସିଆଲ ମ୍ୟାନେଜର ଜୋସେଫ ଭୂଷଣ କିରୋଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ- ରେଳ ବୁକିଙ୍ଗ କାଉଣ୍ଟର ସ୍ଥାନାନ୍ତର ନକରିବାକୁ ଦାବି

ଇଟିଭି ଭାରତ,ନବରଙ୍ଗପୁର

Last Updated : Mar 6, 2024, 9:29 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.