ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ LIVE

By ETV Bharat Odisha Team

Published : Mar 5, 2024, 3:19 PM IST

Updated : Mar 5, 2024, 4:35 PM IST

thumbnail
ଯାଜପୁର: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାଜପୁର ଚଣ୍ଡିଖୋଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ 19,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଆଉ ଏକ ବିମାନ ଯୋଗେ ସେ ଚଣ୍ଡିଖୋଲରେ ପହଞ୍ଚିଛନ୍ତି । ଏଠାରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି  । ପାରାଦ୍ବୀପ ବିଶୋଧନାଗାରରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ପାରାଦ୍ବୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ 344 କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନକୁ ଉଦଘାଟନ କରିବେ । ଭାରତର ପୂର୍ବତଟରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପାରାଦ୍ବୀପରେ 0.6 MMTPA LPG ଆମଦାନୀ ସୁବିଧାକୁ ମଧ୍ୟ ଉଦଘାଟନ କରିବେ । 18 ନମ୍ବର ଜାତୀୟ ରାଜପଥ ର ବାଲେଶ୍ୱର-ଝରପୋଖରିଆ ଚାରି ଲେନ୍ ଏବଂ NH 16ର ଟାଙ୍ଗୀ- ଭୁବନେଶ୍ୱର ଚାରି ଲେନକୁ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।
Last Updated : Mar 5, 2024, 4:35 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.