ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ

By ETV Bharat Odisha Team

Published : Feb 22, 2024, 6:30 AM IST

thumbnail

Mangala Alati: ପୁରୀ: ନିରାଶର ଆଶା ସେ ଅନାଥର ନାଥ । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ । କିଏ ତାଙ୍କୁ କାଳିଆ ବୋଲି ଡାକେ ତ ଆଉ କିଏ ଡାକେ ଜଗା । ତାଙ୍କର ସେ କଳା ଶ୍ରୀମୁଖକୁ ଦେଖିଲେ ଭାବବିହ୍ୱଳ ହୋଇପଡେ ଭକ୍ତ । ପ୍ରତିଦିନ ଭୋରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ଆଳତୀ କରାଯାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ୱାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇଥିଲା । ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ଏହି ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ଲାଭ ହୋଇଥାଏ । କଳା ସାଆନ୍ତେଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ । ଦୂରଦୂରାନ୍ତର ସାତ ଦରିଆ ତେର ନଈ ଡେଇଁ ଆସିଥାନ୍ତି ଭକ୍ତ । ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହୁଏ । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାପ୍ରଭୁ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.