ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - MANGALA ALATI

By ETV Bharat Odisha Team

Published : Apr 14, 2024, 6:29 AM IST

thumbnail

Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । କୋଟି ଓଡ଼ିଆଙ୍କ ମଉଡମଣୀ, କିଏ ତାକୁ କାଳିଆ ତ ,ଆଉ କିଏ ତାକୁ ଚକା ଆଖିଆ ବୋଲି ଡାକେ । ତାର ଟିକେ ଦର୍ଶନ ପାଇଁ ବ୍ୟାକୁଳ ହୁଏ ଭକ୍ତର ମନ । ଚକା ଆଖିକୁ ଦେଖି ଦେଲେ ଭାବ ବିହ୍ବଳ ହୋଇପଡେ ଭକ୍ତ । ନୀଳାଚଳିଆ ଠାକୁରଙ୍କ ମହିମା ଅପାର । ପ୍ରତିଦିନ ଭୋର ସମୟରେ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟାଇଥିଲେ । ଏହାପରେ ରୀତିନୀତି ଅନୁସାରେ ପୂଜାପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋପଚାର କରି ଆଳତୀ କରିଥିଲେ । ଏହି ଆଳତୀ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ସକାଳୁ ସକାଳୁ ଶହ ଶହ ଭକ୍ତଙ୍କ ମନ୍ଦିରକୁ ସୁଅ ଛୁଟିଥାଏ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.