ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg?imwidth=128)
Published : Feb 21, 2024, 6:44 AM IST
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/21-02-2024/640-480-20801589-thumbnail-16x9-bsf.jpg)
Mangala Alati: ପୁରୀ: କୋଟି କୋଟି ଭକ୍ତଙ୍କ ମଉଡ଼ମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ । କିଏ ତାଙ୍କୁ ନିରାଶାର ଆଶା କହେ କିଏ କୁହେ ତାଙ୍କୁ ଅନାଥର ନାଥ । ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିଏ କାଳିଆ ବୋଲି ଡାକେ ତ ଆଉ କିଏ ଜଗା ବୋଲି ଡାକେ । ତାଙ୍କର ସେ ଚନ୍ଦ୍ରଉଦିଆ କଳା ଶ୍ରୀମୁଖକୁ ଦେଖିଲେ ଭାବବିହ୍ୱଳ ହୋଇପଡେ ଭକ୍ତ । ସବୁଦିନ ଭୋରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ୱାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇଥିଲା । ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ଏହି ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । କଳା ସାଆନ୍ତେଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ । ଦୂରଦୂରାନ୍ତର ସାତ ଦରିଆ ତେର ନଈ ଡେଇଁ ଆସିଥାନ୍ତି ଭକ୍ତ । ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହୁଏ । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାପ୍ରଭୁ । ଭକ୍ତଙ୍କ ନିକଟକୁ ଯାଇ ଦର୍ଶନ ଦେଇଥାନ୍ତି ।
ଇଟିଭି ଭାରତ, ପୁରୀ