ସଦଗୁରୁଙ୍କ ସହ ଦେଖନ୍ତୁ ମହାଶିବରାତ୍ରୀର ସିଧାପ୍ରସାରଣ

By ETV Bharat Odisha Team

Published : Mar 8, 2024, 7:35 PM IST

Updated : Mar 8, 2024, 10:39 PM IST

thumbnail
ଚେନ୍ନାଇ: ଆଜି ମହାଶିବରାତ୍ରୀ । ଚଳଚଞ୍ଚଳ ସମସ୍ତ ଶୈବାଳୟ। ଦେବ ଦେବ ମହାଦେବଙ୍କ ଆରାଧନା ଚାଲିଥିବାବେଳେ। ଦୀପ ଜାଳି ଜାଗର ପାଳୁଛନ୍ତି ଭକ୍ତ। ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ କରି ପୁରୀ ଲୋକନାଥ ମନ୍ଦିର ଓ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ମହାଦେବଙ୍କ ଆରାଧନା କରାଯାଉଛି । କାଲି ରାଜ୍ୟ ନୁହେଁ ଦେଶର ବିଭିନ୍ନ ଶୈବାଳୟ ଚଳଚଞ୍ଚଳ ରହିଛି । ଦିନ ତମାମ ବିଭିନ୍ନ ଶିବ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିବାବେଳେ ରାତିରେ ଭିଡ଼ ବଢିଛି। ବହୁ ସଂଖ୍ୟାର ଭକ୍ତମାନେ ଆସି ଭଗବାନ ଶିବଙ୍କୁ ଦର୍ଶନ କରୁଛନ୍ତି।ଏହା ମଧ୍ୟ ପଢନ୍ତୁ....ପବିତ୍ର ମହାଶିବରାତ୍ରୀରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ଭକ୍ତଏହି ଅବସରରେ କୋଏମ୍ବାଟୁରରେ ସଦଗୁରୁଙ୍କ ପକ୍ଷରୁ ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା। ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ପଞ୍ଚଭୂତ କ୍ରିୟା। ଓଁ କାର ଧ୍ବନିରେ କମ୍ପି ଉଠୁଛି ପରିବେଶ। ଇସା ଯୋଗ ସେଣ୍ଟର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ସାମିଲ ହୋଇଛନ୍ତି । ସୁନ୍ଦର ସାଜସଜ୍ଜା ସହ ଦୀପର ଆଲୋକରେ ଆଲୋକିତ ହୋଇଛି ଏହି ଶୈବ ପୀଠ। 
Last Updated : Mar 8, 2024, 10:39 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.