କଂଗ୍ରେସ ଟିକଟରୁ ମହାକାଳପଡ଼ା ଲଢିବେ ଲୋକନାଥ ମହାରଥୀ - Mahakalapada Assembly constituency

By ETV Bharat Odisha Team

Published : Apr 20, 2024, 10:48 PM IST

thumbnail

Lokanath Maharathy As MLA Candidate: ଭୁବନେଶ୍ବର: ଆଜି କଂଗ୍ରେସ ନିଜର ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ କେନ୍ଦ୍ରାପଡ଼ାର ଅନ୍ୟତମ ହଟ ସିଟ୍ ମହାକାଳପଡ଼ା ବିଧାନସଭା ପାଇଁ ଲୋକନାଥ ମହାରଥୀଙ୍କୁ ଦଳ ଟିକେଟ ଦେଇଛି । ଏ ସମ୍ପର୍କରେ ଲୋକନାଥ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟର ନେତୃବୃନ୍ଦଙ୍କୁ ଧନ୍ୟବାଦ । ମୋ ଉପରେ ଦଳ ଆସ୍ଥା ପ୍ରକଟ କରି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରୁ ମତେ ପ୍ରାର୍ଥୀ କରିଥିବାରୁ ମୁଁ ଏଥରର ନିର୍ବାଚନ ଲଢ଼େଇକୁ ଜୋରଦାର କରିବି ।

ଏହା ମଧ୍ୟ ପଢନ୍ତୁ... ୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ: ନିମାପଡାରୁ ଲଢିବେ ସୁରଙ୍କ ପୁଅ - Congress Candidates List

ବିଜେଡି ଓ ବିଜେପି ଭାଇଭାଇ ହୋଇ ରହିଥିବା ବେଳେ କଂଗ୍ରେସ ତାର ସ୍ବତନ୍ତ୍ର ପରିଚୟ ନେଇ ଲଢ଼ିବ । ପାଟକୁରାରୁ ଆସି ମହାକାଳପଡ଼ାରୁ ନିର୍ବାଚିତ ହେଉଥିବା ଲୋକ ଏଠାରେ ଅରାଜକତା ସୃଷ୍ଟି କରିଛି । ଅଞ୍ଚଳରେ ବିକାଶ ନାହିଁ, ନିଯୁକ୍ତି ନାହିଁ । ଲୋକଙ୍କୁ ଧମକ ଚମକ ଦେଇ ଭୋଟ ହାସଲ କରାଯାଉଛି । ୫ ଵର୍ଷ ର ଶାସନରେ ବିକାଶ ସେଇଠି ଗୁମ ହୋଇଥିବା ବେଳେ ମତେ ୧୫ ମାସର ସମୟ ଦିଅନ୍ତୁ ମୁଁ ପରିବର୍ତ୍ତନ କଣ ଦେଖାଇବି ବୋଲି କହିଛନ୍ତି ଲୋକନାଥ ମହାରଥୀ ।  

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.