ଗୋଲ୍ଡେନ ଟ୍ରାଙ୍ଗେଲ ସାଇକେଲିଂ ଚମ୍ପିଆନସିପ୍

By ETV Bharat Odisha Team

Published : Feb 11, 2024, 8:23 PM IST

thumbnail

Cycling Championship: ନିମାପଡ଼ା: ଭୁବନେଶ୍ୱର ସାଇକେଲିଙ୍ଗ ଆଡ଼ଭେଞ୍ଚର କ୍ଲବ ପକ୍ଷରୁ ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକେଲିଂ ଚମ୍ପିଆନସିପର ଷଷ୍ଠ ସଂସ୍କରଣ ଆଜି ଅନୁଷ୍ଠିତ ହୋଇଛି । ଧଉଳି ଶାନ୍ତିସ୍ତୁପ ସ୍ଥିତ ଅଶୋକ ସ୍ତମ୍ଭ ପାଖରୁ ଏହି ସାଇକେଲିଂ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆଜି ସକାଳ 6.30ରେ ଫ୍ଲାଗ୍ ଅଫ୍ କରାଯାଇଥିଲା । ଏଥିରେ ପ୍ରାୟ 92 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଧଉଳିରୁ ବାହାରି ଉତ୍ତରା ପିପିଲି, ମଙ୍ଗଳପୁର, ସତ୍ୟବାଦୀ,ମାଳତୀପାଟପୁର,ବାଟଗାଁ,ମଙ୍ଗଳାଘାଟ, ପୁରୀ ନୂଆ ମାରାଇନ୍ ଡ୍ରାଇଭ୍ ଦେଇ ପୁର୍ନବାର ସେହି ରୁଟରେ ଅଶୋକ ସ୍ତମ୍ଭ ସ୍ଥିତ ଧଉଳି ପାଦଦେଶରେ ଶେଷ ହୋଇଛି । 

ଏଥିରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର କଟକର ପୋଲିସ କମିଶନର ସଞ୍ଜୀବ ପଣ୍ଡା ଯୋଗଦେଇଥିଲେ । ସମୁଦାୟ 114 କିଲୋମିଟର ସାଇକେଲିଂ ପ୍ରତିଯୋଗିତାରେ 12ଟି ରାଜ୍ୟର ପ୍ରଫେସନାଲ୍ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ ଭୁବନେଶ୍ୱର ସାଇକେଲିଂ ଏବଂ ଆଡଭେନଚର୍ କ୍ଲବ୍ ତରଫରୁ ପ୍ରତ୍ୟକ ବର୍ଷ ଏହା ଆୟୋଜନ ହୋଇଥାଏ । ସାଇକେଲିଂ ଶରୀରରକୁ ସୁସ୍ଥ ରଖିବା ସହ ପ୍ରଦୂଷଣ ମୁକ୍ତ ଓଡିଶା କିଭଳି ହୋଇପାରିବ ସେନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ । ତେବେ ପ୍ରତିଯୋଗୀ ମାନେ ପୁରୀରେ ପହଞ୍ଚିବା ପରେ ପୁରୀ ସାଇକେଲିଂ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ପାଣି,ଡାଏଟ୍ କୋକ୍, କମଳା,ଇତ୍ୟାଦି ପ୍ରଦାନ କରାଯାଇ ସେମାନଙ୍କ ମନୋବଳ ଦୃଢ କରାଯାଇଥିଲା । ତେବେ ଏହି ପ୍ରତିଯୋଗିତାରେ ସମୁଦାୟ 2ଲକ୍ଷ 5 ହଜାର ଟଙ୍କା ପୁରଷ୍କାର ରାଶି ରଥାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ .....ଉଦାହରଣ ସାଜିଲେ 'ଉଡାନପରୀ', ଜିତିଲେ 2ଟି ସ୍ବର୍ଣ୍ଣ ପଦକ

ଏହି ପ୍ରତିଯୋଗିତାରେ ପଞ୍ଜାବର ମନଜିତ ସିଂ ପ୍ରଥମ ସ୍ଥାନ ଅଧିକାର କରି ଏକ ଲକ୍ଷ ଟଙ୍କା ସହିତ ଟ୍ରଫି ନେଇଥିଲେ । ସବୁଠୁ ବେଶୀ ଆକର୍ଷଣ ଥିଲେ ଅଷ୍ଟ୍ରେଲିଆର 61 ବର୍ଷୀୟ ଫ୍ରେଞ୍ଚ ନାମକ ବ୍ୟକ୍ତି, ସେ ମଧ୍ୟ ସାନ୍ତ୍ୱନା ମୂଳକ ପୁରସ୍କାର ପାଇ ଫିଟ ରହିବା ଓ ପ୍ରଦ୍ୟୁଷଣ ମୁକ୍ତ ପରିବେଶ ପାଇଁ ସାଇକେଲ ଚଳାଇବା ନିହାତି ଜରୁରୀ ବୋଲି ପରାମର୍ଶ ଦେଇଥିଲେ । 
 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.