କାଶ୍ମୀର ଉପତ୍ୟକାରେ ତୁଷାରପାତ; ଘୁଞ୍ଚିଲା ପରୀକ୍ଷା, ବିମାନ ଯାତ୍ରା ପ୍ରଭାବିତ

By ETV Bharat Odisha Team

Published : Feb 20, 2024, 10:02 PM IST

thumbnail

Fresh Snowfall in Kashmir: ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଜାରି ରହିଛି ତୁଷାରପାତ । ଖରାପ ପାଗ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ବିମାନ ଯାତ୍ରାକୁ ମଧ୍ୟ ବାତିଲ କରାଯାଇଛି । ଶ୍ରୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ପାଗରେ ପରିବର୍ତ୍ତନ ପରେ ପୁଣି ବିମାନ ଯାତ୍ରା ସ୍ବାଭାବିକ ହେବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ କାଶ୍ମୀର ବିଶ୍ବବିଦ୍ୟାଳୟରେ ଫେବୃଆରୀ ୨୧ରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ଖରାପ ପାଗକୁ ଦୃଷ୍ଟିରେ ରଖି ବାତିଲ କରାଯାଇଛି । ଖରାପ ପାଗ ପରେ ଛାତ୍ରଛାତ୍ରୀ ପରୀକ୍ଷା ଘୁଞ୍ଚାଇବା ଲାଗି ଦାବି କରିଥିଲେ । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ତୁଷାରପାତ ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବିଶେଷ କରି କୁପୱାରା, ବରମୁଲ୍ଲା, ବାନ୍ଦିପୁରା, ବାଡଗାମ ଓ ଖରି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି । ଦେଖନ୍ତୁ ତୁଷାରପାତ ପରର ମନୋରମ ଦୃଶ୍ୟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.