ସାଧାରଣ ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି ନିର୍ବାଚନ କମିଶନ, ଦେଖନ୍ତୁ Live

By ETV Bharat Odisha Team

Published : Mar 16, 2024, 2:58 PM IST

Updated : Mar 16, 2024, 4:20 PM IST

thumbnail
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ  । ଲୋକସଭା ଓ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରୁଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେଉଛି । ଦେଶର 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି ଇସିଆଇ । ଏକା ସମୟରେ 4 ରାଜ୍ୟରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ଏହି ରାଜ୍ୟଗୁଡିକ ହେଲା ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଏବଂ ସିକ୍କିମ । ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ 24 ତାରିଖରେ ଶେଷ ହେବ । 2019 ଏପ୍ରିଲ ମାସରେ ଏଠାରେ ହୋଇଥିଲା ବିଧାନସଭା ନିର୍ବାଚନ । ଅରୁଣାଚଳ ବିଧାନସଭାର କାର୍ଯ୍ୟକାଳ ଜୁନ 2 ତାରିଖରେ ଶେଷ ହେବ । ଏଠାରେ ଏପ୍ରିଲ 2019ରେ ନିର୍ବାଚନ ହୋଇଥିଲା । ସିକ୍କିମ ବିଧାନସଭାର କାର୍ଯ୍ୟକାଳ ଜୁନ 2ରେ ଶେଷ ହେବ  । ଦେଖନ୍ତୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ ଲାଇଭ
Last Updated : Mar 16, 2024, 4:20 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.