ଓଡ଼ିଶା ଗସ୍ତର ଅନ୍ତିମ ଦିନ; ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ନେଇ ECIଙ୍କ ପ୍ରେସମିଟ LIVE

By ETV Bharat Odisha Team

Published : Feb 17, 2024, 4:30 PM IST

Updated : Feb 17, 2024, 5:22 PM IST

thumbnail

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ୩ ଦିନିଆ ଓଡ଼ିଶା ଗସ୍ତରେ ଥିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଏକ ସ୍ବତନ୍ତ୍ର ଟିମ । ତେବେ ଆଜି ଏହି ଗସ୍ତର ଅନ୍ତିମ ଦିନରେ ନିର୍ବାଚନ ଆୟୋଗ ୩ଟି ଗୁରୁତ୍ବପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଥିଲେ । ଏହାସହ ରାଜ୍ୟ ସରକାର, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଏନଫୋର୍ସମେଣ୍ଟ ଏଜେନ୍ସି ସହ ଆଲୋଚନା କରିଥିଲେ । ଗତକାଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଟିମ୍‌ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ତେବେ ଆଜି ଆଲୋଚନା ଶେଷ ହେବା ପରେ ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା ନେଇ ପ୍ରେସମିଟ ମାଧ୍ୟମରେ ଅଧିକ ସୂଚନା ଦେଉଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ଦେଖନ୍ତୁ ଭୁବନେଶ୍ବରରୁ ଲାଇଭ

Last Updated : Feb 17, 2024, 5:22 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.