ବ୍ରହ୍ମପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦେଖନ୍ତୁ LIVE

By ETV Bharat Odisha Team

Published : Feb 22, 2024, 12:54 PM IST

Updated : Feb 22, 2024, 1:25 PM IST

thumbnail

ବ୍ରହ୍ମପୁର: ବ୍ରହ୍ମପର ଗସ୍ତରେ ଆସିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବ୍ରହ୍ମପୁର ସହରର ଆମ୍ବପୁଆ ବିବେକ ବିହାର ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ନବରଙ୍ଗପୁରରୁ କାର୍ଯ୍ୟକ୍ରମ ଶେଷ ହେବା ପରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ଓହ୍ଲାଇବା ପରେ ବିବେକ ବିହାର ଠାରେ ଆୟୋଜିତ ସଭାରେ ଯୋଗ ଦେଇଛନ୍ତି । ଏଥିରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିକାଶ ଏବଂ ନିର୍ବାଚନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ନେଇ ଗୁରୁମନ୍ତ୍ର ଦେବେ ରାଜନାଥ । ଏହା ପୂର୍ବରୁ ନବରଙ୍ଗପୁରରେ ବିଜେପି କୋର କମିଟି ବୈଠକରେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି ବୋଲି ସେ କହିଛନ୍ତି । ବିଶ୍ୱସନୀୟତା ସଙ୍କଟକୁ ଚାଲେଞ୍ଜ ଭାବେ ନେଇଛନ୍ତି ପ୍ରଧାନମନ୍ତ୍ରୀ । ‘ଯାହା ଘୋଷଣାପତ୍ରରେ କହିଥିଲୁ ସବୁ ପୂରଣ କରିଛୁ ବୋଲି କହିଛନ୍ତି ରାଜନାଥ ।

Last Updated : Feb 22, 2024, 1:25 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.