ନବଦମ୍ପତିଙ୍କୁ ରସୁଣ ମାଳ ଉପହାର, ଚର୍ଚ୍ଚାରେ କଂଗ୍ରେସ

By ETV Bharat Odisha Team

Published : Feb 8, 2024, 6:38 PM IST

thumbnail

Congress Unique Protest: ଜଗତସିଂହପୁର: ନବ ଦମ୍ପତିଙ୍କୁ କଂଗ୍ରେସର ରସୁଣ ମାଳ ଉପହାର । ଜଗତସିଂହପୁର ଜିଲ୍ଲାରେ ରସୁଣ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ଏହାରି ଭିତରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନୀ ମଣ୍ଡଳୀର କଂଗ୍ରେସ ନେତା ତଥା ଜିଲ୍ଲା ମୁଖପାତ୍ର ହିମାଂଶୁ ଭୂଷଣ ମଳିକଙ୍କ ନେତୃତ୍ବରେ ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର ଦିଆଯାଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।

ତେବେ ରସୁଣ କିଲୋ ପ୍ରତି ପାଞ୍ଚ ଶହ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ନବ ଦମ୍ପତିଙ୍କୁ ବିବାହ ଉତ୍ସବରେ ରସୁଣର ମାଳ ପ୍ରଦାନ କରାଯାଇଛି । ତିର୍ତ୍ତୋଲ ବ୍ଲକ ଗରାମ ଗ୍ରାମର ଜ୍ୟୋତି ରଞ୍ଜନ ମଲିକ ଓ ତାଙ୍କ ପତ୍ନୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ପ୍ରତିବାଦ କରାଯାଇଛି । 

ରାଜ୍ୟରେ ନବୀନ ସରକାର ଓ କେନ୍ଦ୍ରରେ ମୋଦି ସରକାର ରସୁଣ ଦର ସ୍ଥିର ରଖିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ରସୁଣର ଏହି ମୂଲ୍ୟବାନ ଉପହାର ଗ୍ରହଣ କରି ଲେଖା ମାଧ୍ୟମରେ ନବ ଦମ୍ପତିଙ୍କୁ ଧରାଇଥିଲେ । ଉଭୟ ନବ ଦମ୍ପତି ଦୁହେଁ ଦୁହିଁଙ୍କ ବେକରେ ରସୁଣ ମାଳକୁ ପକାଇଥିଲେ । ରସୁଣ ଦର ବୃଦ୍ଧିକୁ ନେଇ ତିର୍ତ୍ତୋଲ ଯୁବ କଂଗ୍ରେସର ଏପରି କଟାକ୍ଷ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରେ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ, ପିସିସି ଦେବପ୍ରସାଦ ନାୟକ, ବ୍ଳକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ଉପସଭାପତି ଅଶ୍ବିନୀ ସ୍ୱାଇଁ ସମେତ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚୟନୀ ମଧ୍ୟ ସାମିଳ ହୋଇଥିଲେ  । 

ଏହା ମଧ୍ୟ ପଢନ୍ତୁ ....ପକେଟ୍‌ ଜାଳୁଛି ରସୁଣ, କେଜି ଦର ଛୁଇଁଲା ୪ଶହ ଟଙ୍କା

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.