ଚୌଦ୍ୱାରରେ ଟେକ୍ସଟାଇଲ କମ୍ପ୍ଲେକ୍ସ ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ Live

By ETV Bharat Odisha Team

Published : Feb 17, 2024, 12:38 PM IST

Updated : Feb 17, 2024, 1:06 PM IST

thumbnail

କଟକ: ଚୌଦ୍ୱାରରେ ନୂଆ ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଟିଏମ ପଡିଆରେ ଓ୍ଵେଲସ୍ପନ ଇଣ୍ଟିଗ୍ରେଟେଡ଼ ଟେକ୍ସଟାଇଲ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଯେଉଁଟି ଓଟିଏମ ରହିଥିଲା ସେହି ସ୍ଥାନରେ ଏହି ଟେକ୍ସ ଟାଇଲ କମ୍ପ୍ଲକ୍ସର ଶିଳାନ୍ୟାସ କରାଯାଉଛି । ୩ହଜାର  କୋଟି ଟଙ୍କା ପୁଞ୍ଜି ନିବେଶରେ ଏହା ନିର୍ମାଣ ହେବ । ଏଥିରେ 10ହଜାର ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ । 

2013 ମସିହାରେ ଏହି କମ୍ପ୍ଲେକ୍ସ ନେଇ କଟକବାସୀଙ୍କୁ ଆଶ୍ୱାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହା ଆଜି ବାସ୍ତବ ରୂପ ପାଇବାକୁ ଯାଉଛି । 25ଶହ ଏକର ଜମିରେ ନିର୍ମାଣ ହେବ ଏହି ଓ୍ଵେଲସ୍ପନ ଇଣ୍ଟିଗ୍ରେଟେଡ଼ ଟେକ୍ସଟାଇଲ କମ୍ପ୍ଲେକ୍ସ । ତେବେ ଆଗମୀ ଦୁଇ ବର୍ଷ ମଧ୍ୟରେ ଏହି କମ୍ପାନୀର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 
କଟକ, ଇଟିିଭି ଭାରତ

Last Updated : Feb 17, 2024, 1:06 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.