ଗଞ୍ଜାମରେ ବିଭିନ୍ନ ପ୍ରକଳ୍ପର ଲୋକାପର୍ଣ ଓ ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଲାଇଭ

By ETV Bharat Odisha Team

Published : Feb 14, 2024, 12:29 PM IST

Updated : Feb 14, 2024, 1:11 PM IST

thumbnail

ବ୍ରହ୍ମପୁର:  ଗଞ୍ଜାମବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି । ଶେରଗଡ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକାଧିକ ପ୍ରକଳ୍ପର ଉଦଘାଟନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଉ ମଧ୍ୟ ଶେରଗଡକୁ ନୂତନ ଏନଏସି ଭାବରେ ଘୋଷଣା କରିଛନ୍ତି । ଶେରଗଡ ଠାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିୟାନଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକ ଓ ସାଂସଦ ଉପସ୍ଥିତ ରହିଛନ୍ତି ।

ଶେରଗଡ କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀଠାରେ ପହଞ୍ଚିଛନ୍ତି । ସେଠାରେ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରୁ ଓଲ୍ଲାଇ ଶୀତଳାପଲ୍ଲୀ ଠାରେ କାର୍ଯ୍ୟକାରୀ ହେବାକୁ ରହିଥିବା ସମ ହସପିଟାଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏହା ପରେ ଘଟକେଶ୍ବର ବହୁମୁଖି ପ୍ରକଳ୍ପ, ହରଭଙ୍ଗୀ ସମ୍ପ୍ରସାରଣ ପ୍ରକଳ୍ପ, ଛେଳିଗଡ ଟନେଲ ଏବଂ ଡ୍ୟାମର ଉଦଘାଟନ କରିବା ସହିତ ଜାନିବିଲି ବ୍ୟାରେଜ ନିର୍ମାଣ , ଛେଳିଗଡ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ କରିବେ । ପରେ ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ ।  

Last Updated : Feb 14, 2024, 1:11 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.