76ତମ ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ବର, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସାରା ସହର - Bhubaneswar Foundation Day

By ETV Bharat Odisha Team

Published : Apr 13, 2024, 10:19 PM IST

thumbnail

Bhubaneswar 76th Foundation day: ଭୁବନେଶ୍ବର: ଆଜି ଭୁବନେଶ୍ୱର ପୂରଣ କରିଛି 75 ବର୍ଷ । 1948 ମସିହାରେ ଆଜିର ଦିନରେ ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା । ତେବେ ପ୍ରତିଷ୍ଠା ଦିବସ ଅବସରରେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ।  

ଏହା ମଧ୍ୟ ପଢ଼ନ୍ତୁ... ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି - Bhubaneswar Foundation Day

ଚଳିତ ବର୍ଷ ନିର୍ବାଚନ ଆଚରଣ ବିଧି ପାଇଁ ନିରାଡମ୍ୱର ଭାବେ ପାଳନ ହୋଇଛି ଭୁବନେଶ୍ବର ପ୍ରତିଷ୍ଠା ଦିବସ । ହେଲେ ଶିକ୍ଷା, କ୍ରୀଡା, ଚାକିରି, ବ୍ୟବସାୟ, ପର୍ଯ୍ୟଟନ ଓ ଯାତାୟତ କ୍ଷେତ୍ରରେ ଉନ୍ନତି ପଥରେ ଭୁବନେଶ୍ବର । ମାଳମାଳ ମନ୍ଦିର ରାଜଧାନୀକୁ ଦେଇଛି ମନ୍ଦିର ମାଳିନିର ପରିଚୟ । ସାହିତ୍ୟ, କଳା ସଂସ୍କୃତି, ଐତିହ୍ୟ-ସ୍ଥାପତ୍ୟ ସହ ପର୍ଯ୍ୟଟନ ଭରା ସ୍ବପ୍ନର ସହର ହେଉଛି ଭୁବନେଶ୍ବର । ସମୟର ତାଳେ ତାଳେ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ସ୍ମାର୍ଟ ସିଟିରେ ମଧ୍ୟ ପରିଣତ ହୋଇଛି । କୁହାଯାଏ ଏଠାକୁ ଯିଏ ବି ଆସିବ ସେ ସ୍ମାର୍ଟ ହୋଇଯିବ । ଏହି ସହର ଦେଖିଛି ଅନେକ ସଂଘର୍ଷ । ସେହି ସଂଘର୍ଷ ଆଜି ସହରକୁ ସଫଳତା ଦିଗରେ ଆଗେଇ ନେଇଛି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.