ରାମ ଭକ୍ତିରେ ଲୀନ ଅଯୋଧ୍ୟାବାସୀ, ପ୍ରାଣପ୍ରତିଷ୍ଠା ପୂର୍ବରୁ ଆୟୋଜିତ ହେଲା ଅମୃତ ମହୋତ୍ସବ ଲେଜର ଶୋ

By ETV Bharat Odisha Team

Published : Jan 20, 2024, 10:48 AM IST

thumbnail

Amrit Mahotsav Organised at Ayodhya ଲକ୍ଷ୍ନୌ: ଆଉ ଗୋଟିଏ ଦିନ ପରେ ଇତିହାସ ରଚିବ ଅଯୋଧ୍ୟା । ଆସନ୍ତା 22 ତାରିଖକୁ ଉତ୍ସାହ ଏବଂ ଆବେଗର ସହିତ ଚାହିଁରହିଛନ୍ତି ଦେଶବାସୀ । ଅଯୋଧ୍ୟାରେ ତିଆରି ହୋଇଥିବା ରାମ ମନ୍ଦିରରେ ବର୍ତ୍ତମାନ ରାମଲାଲା ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ରାମଲାଲାଙ୍କର ପ୍ରତିଷ୍ଠାକୁ ନେଇ ଭକ୍ତିରେ ଲୀନ ଅଯୋଧ୍ୟାବାସୀ । ଶୁକ୍ରବାର ରାତିରେ ଅମୃତ ମହୋତ୍ସବ ଲେଜର ଶୋର ଆୟୋଜନ କରାଯାଇଥିଲା । ଏହି ଭବ୍ୟ ଲେଜର ଶୋକୁ ଉପଭୋଗ କରିବା ପାଇଁ ବିପୁଳ ମାତ୍ରାରେ ଜନସମାଗମ ହୋଇଥିଲା । ଲେଜର ଶୋର ଆକର୍ଷଣୀୟ ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଅଯୋଧ୍ୟାବାସୀ ଅମୃତ ମହୋତ୍ସବ ଲେଜର ଶୋକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ଅନ୍ୟପଟେ ରଙ୍ଗ, ନୀଳ ଏବଂ ସବୁଜ ଆଲୁଅରେ ଝଟକୁଛନ୍ତି ରାମ ସୀତାଙ୍କ ସହ ହନୁମାନ ।

ଏହା ମଧ୍ୟ ପଢନ୍ତୁ: କୈଳାସ ଖେରଙ୍କ 'ରାମ କା ଧାମ' ଭଜନ ରିଲିଜ, ପ୍ରାଣ ପ୍ରତିଷ୍ଠାରେ ସାମିଲ ନେଇ ଉତ୍ସାହିତ ଗାୟକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.