ପିପିଲିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ

By ETV Bharat Odisha Team

Published : Feb 21, 2024, 10:54 PM IST

thumbnail

ନିମାପଡା: ପୁରୀ ଜିଲ୍ଲା ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତରେ 'ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥ‌ିରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ଜନସଚେତନା ସୃଷ୍ଟି କରାଯାଇଥିଲା । ସରପଞ୍ଚ ମାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ଭିଭିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ମାର୍ଗ ଦର୍ଶନ ଦେଇ ଜନସଚେତନା ସୃଷ୍ଟି କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ‘ଭବିଷ୍ୟତ ଲାଗି ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ହେବ’: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା , ଜଗନ୍ନାଥ ସଂସ୍କୃତିରୁ ଆରମ୍ଭ କରି କୃଷି କ୍ଷେତ୍ରର ବିକାଶ , ଶିକ୍ଷା , ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ବରଦାନ ସାଜିଛି ବୋଲି ବିଧାୟକ କହିଥିଲେ । ବିଭାଗୀୟ କର୍ମଚାରୀ ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇ ଜନସଚେତନା ସୃଷ୍ଟି କରିଥିଲେ । ଆଜି ପିପିଲି ବ୍ଲକ ର ପମସରା, ଓରକଳ, ପୋପରଙ୍ଗା ଓ ତେଇଶିପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.