ଅଜଣା ଟ୍ରକ ନେଲା ତିନି ବାଇକ ଆରୋହୀଙ୍କ ଜୀବନ

By ETV Bharat Odisha Team

Published : Jan 21, 2024, 4:45 PM IST

thumbnail

Three Bikers Died: ଭଦ୍ରକ: ଟ୍ରକ ଏବଂ ବାଇକ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାଣୀତାଲର ହାଇଟେକ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ । ଜିଲ୍ଲାରେ ବର୍ଷା ଜାରି ରହିଛି ତେଣୁ ପ୍ରବଳ ବର୍ଷା ଯୋଗୁଁ ଟ୍ରକଟି ଦ୍ରୁତ ଗତିରେ ବାଲେଶ୍ବର ଅଭିମୁଖେ ଯାଉଥିବା ବାଇକୁ କୌଣସି କାରଣରୁ ଭାରସାମ୍ୟ ହରାଇ ପଛରୁ ଧକ୍କା ଦେବା ସହ ବାଇକ ଆରୋହୀଙ୍କ ଉପରେ ଚଢି ଯାଇଥିଲା ଟ୍ରକ । ଫଳରେ ବାଇକରେ ବସିଥିବା 3 ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏମାନେ ମାର୍କୋଣା ଅଭିମୁଖେ ଯାଉଥିଲେ ବୋଲି ସୂଚନା ମିଳିଛି । ଏନେଇ ଖବର ପାଇ ଘଟଣା ସ୍ଥଳରେ ଦମକଳ ପହଞ୍ଚି 3 ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା । ହେଲେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ । ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ଘଟାଇଥିବା ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି । 

ଏହା ମଧ୍ୟ ପଢନ୍ତୁ ....ସଡ଼କ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର
 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.