କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘାଟିରେ ଅଟୋ ଓଲଟି ୧୫ରୁ ଉର୍ଦ୍ଧ୍ବ ଗୁରୁତର

By ETV Bharat Odisha Team

Published : Mar 19, 2024, 10:53 PM IST

thumbnail

Road Accident in Kalahandi: ଭବାନୀପାଟଣା: ଘାଟିରେ ଓଲଟିଲା ଅଟୋ  । ୧୫ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମାସ୍କାପୁଡି ଗାଁର ପ୍ରାୟ ୧୫ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଏକ ଅଟୋ ଯୋଗେ ସାରେଙ୍ଗପଡା ଗାଁକୁ ଏକ ବିବାହ ଭୋଜିରେ ଯୋଗ ଦେଇ ଗାଁକୁ ଫେରୁଥିଲେ  । ସେହି ସମୟରେ ଜାମୁଲି ଘାଟିରେ ଭାରସାମ୍ୟ ହରାଇ ଅଟୋଟି ଘାଟିରୁ ପ୍ରାୟ ୪୦ ଫୁଟ ତଳକୁ ଖସି ପଡ଼ିଥିଲା ।  

ଏହା ମଧ୍ୟ ପଢ଼ନ୍ତୁ.... ପିକନିକ କରିବାକୁ ଯାଇ ଫେରିଲେନି, ନଦୀରେ ବୁଡ଼ି ଦୁଇ ଯୁବକ ମୃତ

ଏହା ଦେଖି କିଛି ଯାତ୍ରୀ ତୁରନ୍ତ ପୋଲିସକୁ ଖବର ଦେବା ସହ ନିକଟ ଗ୍ରାମବାସୀଙ୍କୁ ଡାକି ଉଦ୍ଧାର କରିଥିଲେ। ପରେ ପୋଲିସ ସହାୟତାରେ ସମସ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମଦନପୁର ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ସେମାନଙ୍କ ମଧ୍ୟ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାପଡିଛି। ଅନ୍ୟମାନଙ୍କୁ ଏମ୍ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘାଟି ରାସ୍ତାଟି ଅଣ ଓସାରିଆ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ଗୁରୁତର ଆହତ ମାନେ ହେଲେ ସାରେଙ୍ଗପଡା ଗାଁର କରେଲି ମାଝୀ, ମିଖାଲା ବେନିଆ, ନିଳେନ୍ଦ୍ରି ବେନିଆ, ପଟାଙ୍ଗି ଗାଁର ସମାଲି ମାଝୀ ଏବଂ ବ୍ରଜ ହରିଜନ ବୋଲି ଜଣାପଡିଛି।

ଇଟିଭି ଭାରତ, କଳାହାଣ୍ଡି  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.