ବଞ୍ଚିଲା ୧୦୦ ବର୍ଷ ପୁରୁଣା ବରଗଛ, ପତ୍ର କଅଁଳିଲା ପରେ ବଢିଲା ଆଶା

By ETV Bharat Odisha Team

Published : Feb 22, 2024, 1:06 PM IST

thumbnail

100 years old Banyan tree:ଭୁବନେଶ୍ବର: ବଞ୍ଚିଲା ୧୦୦ ବର୍ଷ ପୁରୁଣା ବରଗଛ । ଗଛ ସ୍ଥାନାନ୍ତରଣ ଓ ପ୍ରତିରୋପଣର ଦୁଇ ମାସ ପରେ ଏହି ବରଗଛ ଗଣ୍ଡିରେ ପତ୍ର କଅଁଳିଛି । ରାଜଧାନୀ ଭୁବନେଶ୍ବର ସୈନିକ ସ୍କୁଲ ରାସ୍ତା ପ୍ରଶସ୍ତିକରଣ ବେଳେ ବରଗଛଟିକୁ ସ୍ଥାନାନ୍ତରଣ କରାଯାଇଥିଲା । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (BDA) ଦ୍ବାରା ଗଛକୁ କେଳୁ ଚରଣ ପାର୍କରେ ପ୍ରତିରୋପଣ ଓ ସଂରକ୍ଷଣ କରାଯାଇଥିଲା । ସେତେବେଳେ ଏହି ଗଛ ବଞ୍ଚିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଏବେ ଏହି ବରଗଛ ଗଣ୍ଡରେ ପତ୍ର କଅଁଳିଥିବାର ଦେଖିବାକୁ ମିଳିଛି । ଏବେ ଗଛରେ ପତ୍ର କଅଁଳିବା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ ସୁଦ୍ଧା ଏହା ସବୁଜ ଭରା ହୋଇଯିବ ବୋଲି ବିଡିଏ ଅଧିକାରୀ କହିଛନ୍ତି । ସେପଟେ ଏହି ଶହେ ବର୍ଷ ପୁରୁଣା ବରଗଛକୁ ବଞ୍ଚାଇବା ପାଇଁ ବିଡିଏର ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି  ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.