ETV Bharat / technology

ଆଉ ରହିବନି ସେୟାରିଂ ଟେନସନ, ଲାପଟପରେ ଲଞ୍ଚ ହେଲା କ୍ବିକ ସେୟାର

author img

By ETV Bharat Odisha Team

Published : Jan 31, 2024, 1:34 PM IST

Quick Share For PC: ଏଣିକି ୟୁଜର୍ସଙ୍କୁ ରହିବନି ସେୟାରିଂ ଟେନସନ୍ । ଲାପଟପରେ ଲଞ୍ଚ ହେଲା କ୍ବିକ ସେୟାର । ଅଧିକ ପଢନ୍ତୁ

Quick Share
Quick Share

ହାଇଦ୍ରାବାଦ: ଲାପଟପ୍ ବ୍ୟବହାରୀଙ୍କ ପାଇଁ ଖୁସୀ ଖବର । ଲାପଟପରେ ଲଞ୍ଚ ହେଲା କ୍ବିକ ସେୟାର(Quick Share)। ଏଣିକି ଫାଇଲ ସେୟାର କରିପାରେ ହେବନି ସମସ୍ୟା । ଲାପଟପରୁ ଡାଟା ଫୋନକୁ ସେୟାର କରିବା ପାଇଁ ଏଣିକି ଆଉ ହେବନି ସମସ୍ୟା । କ୍ବିକ ସେୟାର କେବଳ ଫୋନ ପାଇଁ ଉପଲବ୍ଧ ରହିଥିବା ବେଳେ ବର୍ତ୍ତମାନ ମାଇକ୍ରୋସଫ୍ଟ ଆପ ଷ୍ଟୋର ମଧ୍ୟ ରୋଲଆଉଟ ହୋଇଛି । ଏଣିକି ୟୁଜର୍ସ ମାଇକ୍ରୋସଫ୍ଟ ଷ୍ଟୋରରୁ କ୍ବିକ ସେୟାର ଆପକୁ ଡାଉନଲୋଡ କରି ଲାପଟପରେ ଇନଷ୍ଟଲ କରିପାରିବେ ।

ଏହି ଆପକୁ ଇନଷ୍ଟଲ କରିବା ପରେ ଫୋନ ଏବଂ ଲାପଟପ ମଧ୍ୟରେ ଫାଇଲ ସେୟାର କରିବା ଆହୁରି ଅଧିକ ସହଜ ହେବ । ଏହାସହ ଲାପଟପ ଏବଂ କମ୍ୟୁଟର ମଧ୍ୟରେ ଫାଇଲ ସେୟାର କରିହେବ । Quick Share ଆପ୍ Windows 10 ଏବଂ ଏହାର ପରବର୍ତ୍ତୀ ସମସ୍ତ ଭର୍ସନରେ ସପୋର୍ଟ କରୁଥିବା ନେଇ କୁହାଯାଇଛି । ଏହା ବ୍ୟତୀତ Qualcommର ଅନ୍ୟ ସବୁ ଚିପ ଯୁକ୍ତ ଚାଟଲେଟରେ ଏହା ସପୋର୍ଟ କରିବ । ଯାହା 2020 ମସିହା ପରେ ଲଞ୍ଚ ହୋଇଥିବ, ସେଥିରେ ଏହା ସପୋର୍ଟ କରିବ । ଏହା ବ୍ୟତୀତ ବ୍ଲୁ ଟୁଥ 5.0ର ମଧ୍ୟ ସପୋର୍ଟ କରିବ ।

ଏହା ମଧ୍ୟ ପଢନ୍ତୁ : Human Body As Charger: ଏଣିକି ସରିବନି ମୋବାଇଲ ବ୍ୟାଟେରୀ, ମଣିଷ ଶରୀରରୁ ହେବ ଚାର୍ଜିଂ

ପ୍ରକାଶଥାଉକି, ପୂର୍ବରୁ ଲାପଟପରୁ ମୋବାଇଲ କିମ୍ବା ମୋବାଇଲରୁ ଲାପଟପକୁ କୌଣସି ଡାଟା ସେୟାର କରିବାକୁ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ସେଭଳି କୌଣସି ଫିଚର ମଧ୍ୟ ନଥିଲା । ବର୍ତ୍ତମାନ ଲାପଟପରେ ଲଞ୍ଚ ହୋଇଛି କ୍ବିକ ସେୟାର ଫିଚର । ନିକଟରେ କୋପାଇଲଟ ପ୍ରୋ ଲଞ୍ଚ କରିଛି ମାଇକ୍ରୋସଫ୍ଟ । PPT, Excel ଏବଂ Wordରେ ଏଆଇ ଫିଚର୍ସ ପାଇ ପାରୁଛନ୍ତି ୟୁଜର୍ସ । ଏମ୍ଏସ୍ ୱାର୍ଡ ଏବଂ ଏକ୍ସେଲରେ ମଧ୍ୟ ଏଆଇ ଫିଚର୍ସର ସପୋର୍ଟ ମିଳିପାରିବ । ଏହା ଦ୍ବାରା ୟୁଜର୍ସଙ୍କ କାମ ପୂର୍ବ ତୁଳନାରେ ସହଜ ହୋଇପାରିବ । MS ୱାର୍ଡରେ ଲମ୍ବା ପାରାଗ୍ରାଫ୍ ସଂକ୍ଷିପ୍ତ କରିବା ଏବଂ Excel ରେ ଡାଟା ଏନାଲାଇଜ ଏବଂ ଭିଜୁଆଲାଇଜ୍ କରିବାକୁ ସମର୍ଥ ହେବେ ୟୁଜର୍ସ । କୋପାଇଲଟ ସବସ୍କ୍ରିପସନ ନେବା ପରେ ୟୁଜର୍ସ ଚାଟଜିପିଟିର ଲାଟେଷ୍ଟ ମଡେଲର ବ୍ୟବହାର କରିପାରିବେ । ଏହାସହ ନିଜର କୋପାଇଲଟ ଜିପିଟି ମଧ୍ୟ ତିଆରି କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.