ETV Bharat / technology

ଇଣ୍ଡସ ଆପ ଷ୍ଟୋର ଲଞ୍ଚ କଲା ଫୋନ୍ ପେ, ଗୁଗଲ ପ୍ଲେ ଷ୍ଟୋର ସହ ହେବ ଟକ୍କର !

author img

By ETV Bharat Odisha Team

Published : Feb 22, 2024, 11:06 AM IST

Indus App Store: ଭାରତରେ ଲଞ୍ଚ ହେଲା ସ୍ବଦେଶୀ ଆପ ଇଣ୍ଡସ ଆପ ଷ୍ଟୋର । ଏହି ଷ୍ଟୋର ମାଧ୍ୟମରେ ଆଣ୍ଡ୍ରୋଏଡ ୟୁଜର୍ସ ଆପ୍ ଡାଉନଲୋଡ କରିପାରିବେ । ଅଧିକ ପଢନ୍ତୁ

ଫୋନ୍ ପେ
ଫୋନ୍ ପେ

ହାଇଦ୍ରାବାଦ: ଚର୍ଚ୍ଚାର ଅନ୍ତ ଘଟାଇଲା ଫୋନ ପେ । ଇଣ୍ଡୋସ ଆପ ଷ୍ଟୋର ଲଞ୍ଚ କଲା ଫୋନ ପେ । ବୁଧବାର ଓ୍ବାଲମାର୍ଟ ମାଲିକାନା କମ୍ପାନୀ ଫୋନ ପେ ଏହି ଆପଷ୍ଚୋରକୁ ଲଞ୍ଚ କରିଛି । ଭାରତରେ ବିକଶିତ କରାଯାଇଥିବା ଏହି ଆପଷ୍ଟୋର ସିଧାସଳଖ ଗୁଗଲ ପ୍ଲେ ଷ୍ଟୋର ସହିତ ପ୍ରତିଦ୍ବନ୍ଦିତା କରିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, 2023 ମସିହା ସେପ୍ଟେମ୍ବର ମାସରେ କମ୍ପାନୀ ଏହି ପ୍ଲାଟଫର୍ମରେ ଅନ୍ୟ କମ୍ପାନୀମାନଙ୍କୁ ନିଜ ନିଜର ଆପ୍ ପବ୍ଲିସ କରିବା ପାଇଁ କହିଥିଲା । ଭାରତରେ ଅଧିକାଂଶ ଆଣ୍ଡ୍ରୋଏଡ ୟୁଜର୍ସ ନିଜ ଫୋନରେ ଯେକୌଣସି ଆପ୍ ଡାଉନଲୋଡ କରିବା ପାଇଁ ଗୁଗଲ ପ୍ଲେ ଷ୍ଟୋରର ବ୍ୟବହାର କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ଆପ୍ ଡାଉନଲୋଡ କରିବା ପାଇଁ ୟୁଜର୍ସଙ୍କ ନିକଟରେ ଆଉ ଏକ ଅତିରିକ୍ତ ବିକଳ୍ପ ଆସିଛି । ୟୁଜର୍ସ ଏହି ଇଣ୍ଡସ ଷ୍ଟୋର ଜରିଆରେ ଆଣ୍ଡ୍ରୋଏଡ ଆପର ଡାଉନଲୋଡ କରିପାରିବେ ।

କମ୍ପାନୀ ଇଣ୍ଡସ ଆପ ଷ୍ଟୋର ଲଞ୍ଚ କରି ଭାରତର ଆପ୍ ମାର୍କେଟରେ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତଥ୍ୟ ଅନୁସାର, ଭାରତରେ ରହୁଥିବା ବ୍ୟକ୍ତି 2023 ମସିହାରେ 1.19 ଟ୍ରିଲିୟନ ଘଣ୍ଟା ମୋବାଇଲ ଆପରେ ସର୍ଚ୍ଚ କରୁଥିଲେ । କିନ୍ତୁ 2021 ମସିହାରେ ଏହି ସମୟସୀମା କମ୍ ରହିଥିଲା । 654 ବିଲିୟନ ଘଣ୍ଟା ଆପରେ ସମୟ ଅତିବାହିତ କରୁଥିଲେ । ଏହି ତଥ୍ୟ ଦର୍ଶାଉଛି ଯେ, ସ୍ମାର୍ଟଫୋନ ବ୍ୟବହାରକୀରମାନେ ଆପରେ କେତେ ସମୟ ଅତିବାହିତ କରୁଛନ୍ତି ଏବଂ ଦିନକୁ ଦିନ କେତେ ପରିମାଣରେ ସମୟସୀମାରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଓ୍ବାଲମାର୍ଟର ମାଲିକାନା କମ୍ପାନୀ ଆପ ଷ୍ଟୋର ଲଞ୍ଚ କରିବା ଏକ ପ୍ରକାର ଲାଭଦାୟକ ବ୍ୟବସାୟ ବୋଲି ପ୍ରମାଣିତ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ଫୋନ ପେ ଭେରିଫିକେଶନ ନାମରେ ଠକେଇ, ଛାତ୍ରଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ଗାଏବ

ଇଣ୍ଡସ ଆପ ଷ୍ଟୋରର ବୈଶିଷ୍ଟ୍ୟ: ଏହି ଆପ ଲଞ୍ଚ ସମୟରେ କମ୍ପାନୀ ଦାବି କରି କହିଛି ଯେ, ଏଥିରେ 45ଟି ଅଲଗା ଅଲଗା କ୍ୟାଟେଗୋରୀରେ ପ୍ରାୟ 2 ଲକ୍ଷରୁ ଅଧିକ ମୋବାଇଲ ଆପ ଏବଂ ଗେମ୍ସ ଯୋଡା ଯାଇଛି । ଏହି ଆପରେ ୟୁଜର୍ସଙ୍କୁ ହିନ୍ଦୀ ଏବଂ ଇଂରାଜୀରେ ସହିତ ସମୁଦାୟ 12ଟି ଭାଷାର ବ୍ୟବହାର ସୁବିଧା ମିଳିବ । ଏଥିରେ ଭାରତର ଆଞ୍ଚଳିକ ଭାଷାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଗତ ସେପ୍ଟେମ୍ବର ମାସରେ ଇଣ୍ଡସ ଆପ୍ ବିଷୟରେ ସୂଚନା ପ୍ରଦାନ କରି କମ୍ପାନୀ କହିଥିଲା, ଏହି ଷ୍ଚୋରରେ ପଞ୍ଜୀକରଣ କରିବା ଗୋଟିଏ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ । ଫୋନ ପେର ସହପ୍ରତିଷ୍ଠାତା ସମୀର ନିଗମ କହିଥିଲେ, ଏହି ପ୍ଲାଟଫର୍ମରେ ଡେଭଲପର୍ସମାନେ କୌଣସି ପ୍ରକାର ପେମେଣ୍ଟ ଗେଟଓ୍ବେର ବ୍ୟବହାର କରିପାରିବେ। ଇମେଲ ଏବଂ ଚାଟବୋଟ ମାଧ୍ୟମରେ ଇଣ୍ଡସ ଆପ ଷ୍ଟୋର 24 ଘଣ୍ଟା ସେବା ପ୍ରଦାନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.