ETV Bharat / technology

ସର୍ବସମ୍ମୁଖରେ କ୍ଷମା ମାଗିଲେ ମାର୍କ ଜୁକରବର୍ଗ, ଏହା ଥିଲା କାରଣ

author img

By ETV Bharat Odisha Team

Published : Feb 2, 2024, 11:46 AM IST

Mark Zuckerberg's Apology: ପୀଡିତାଙ୍କ ପରିବାରର ପ୍ରଶ୍ନରେ ଘାଇଲା ହୋଇଥିଲେ ମେଟା ସିଇଓ ମାର୍କ ଜୁକରବର୍ଗ । ଶେଷରେ କ୍ଷମା ମାଗିଲେ । ଅଧିକ ପଢନ୍ତୁ

Mark Zuckerberg's Apology
Mark Zuckerberg's Apology

ହାଇଦ୍ରାବାଦ: କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ । ଆମେରିକା ସିନେଟର ଶୁଣାଣି ସମୟରେ ଲଜ୍ଜିତ ହୋଇ ମୁଣ୍ଡ ନୁଆଇଁଲେ । ପରେ ଅଭିଯୋଗର ସାମ୍ନା ନକରିପାରି ଜୁକରବର୍ଗ କ୍ଷମା ମାଗିଥିବା ଜଣାପଡିଛି । ସୋସିଆଲ ମିଡିଆରେ ଛୋଟ ଛୁଆଙ୍କ ପାଇଁ ପ୍ରାଇଭେସି ପଲିସି ଠିକ ନଥିବା ନେଇ କହିଛନ୍ତି ।

ସୂଚନା ଅନୁସାରେ, ଆମେରିକାର ସିନେଟର ଶୁଣାଣି ସମୟରେ ଜୁକରବର୍ଗଙ୍କୁ ଅଭିଯୋଗର ସାମ୍ନା କରିବାକୁ ପଡିଥିଲା । ଅଭିଯୋଗରେ ଚେହେରା ଫିକା ପଡିଯିବା ସହିତ ସଠିକ ଉତ୍ତର ମଧ୍ୟ ଦେଇପାରି ନଥିଲେ । ପରେ ମେଟା ବିରୋଧରେ ଅଭିଯୋଗ ଆଣିଥିବା ପୀଡିତାଙ୍କ ପରିବାରକୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛୋଟ ଛୁଆଙ୍କ ପାଇଁ ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ ମେଟା କୌଣସି ପଦକ୍ଷେପ ନେଉଥିବା ନେଇ ପରିବାର ଲୋକେ(ପୀଡିତା) ଅଭିଯୋଗ କରିଛନ୍ତି ।

କ୍ୟାପିଟାଲ ହିଲର ହାଉସ ଫ୍ଲୋରରେ ହୋଇଥିବା ଶୁଣାଣି ସମୟରେ ମେଟା ସିଇଓ କହିଛନ୍ତି, ଇନଷ୍ଚାଗ୍ରାମରେ 13 ରୁ 15 ବର୍ଷ ବୟସର 37 ପ୍ରତିଶତ ନାବାଳିକା ନଗ୍ନତାର ସମ୍ମୁଖୀନ ହୋଇଥିଲେ । ଏଭଳି ପରିସ୍ଥିତିରେ ଜୁକରବର୍ଗ କଣ ପଦକ୍ଷେପ ନେଇଥିଲେ ଏବଂ କାହାକୁ ଚାକିରିରୁ ହଟାଇ ଦିଆଯାଇଥିଲା ବୋଲି ପୀଡିତାଙ୍କ ପରିବାର ଲୋକେ ପ୍ରଶ୍ନ କରିଥିଲେ । ତେବେ ଅନେକ ଥର ଏହି ପ୍ରଶ୍ନ ପଚରାଯିବା ପରେ ମାର୍କ ଜୁକରବର୍ଗ କହିଥିଲେ, "ମୁଁ ଏହାର ଉତ୍ତର ଦେବାକୁ ଚାହୁଁନାହିଁ । ଏହି ବିଷୟରେ କୌଣସି ଆଲୋଚନା କରି ଠିକ ହେବ ନାହିଁ ବୋଲି ମୁଁ ଭାବୁଛି ।"

ଏହା ମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

ତେବେ ଜୁକରବର୍ଗଙ୍କ ଏଭଳି ପ୍ରତିକ୍ରିୟାର ଜବାବ ଦେଇ ଜଣେ ଓକିଲ କହିଛନ୍ତି, "ଆପଣ ଜାଣିଛନ୍ତି କି, ଏଭଳି ପ୍ରଶ୍ନ କିଏ ପଚାରୁଛି ? ଏମାନେ ହେଉଛନ୍ତି ସେହି ଦେଶର ଲୋକେ, ଯାହାର ଛୁଆମାନେ ସୋସିଆଲ ମିଡିଆ ଯୋଗୁଁ ପ୍ରାଣ ହରାଇଛନ୍ତି । ଏପରି ପରିସ୍ଥିତିରେ, ଆପଣ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି କିମ୍ବା କାହାକୁ ଚାକିରିରୁ ହଟାଇ ଦେଇଛନ୍ତି କୁହନ୍ତୁ । ଆପଣ ପୀଡିତକୁ କ୍ଷତିପୂରଣ ଦେଇଛନ୍ତି କି?"

ଆମର କାମ ହେଉଛି ନୂଆନୂଆ ଟୁଲ୍ସ ପ୍ରସ୍ତୁତ କରି ଲୋକଙ୍କୁ ସୁରକ୍ଷିତ ରଖିବା । ଆମେ ଆମର କାର୍ଯ୍ୟକୁ ଗମ୍ଭୀରତାର ସହ ନେଇଥାଉ । ତେବେ ବାରମ୍ବାର ଏଭଳି ପ୍ରଶ୍ନ କରିବା ପରେ ଶେଷରେ ହାର ମାନିଥିଲେ ଜୁକରବର୍ଗ । ପୀଡିତାଙ୍କ ପରିବାରକୁ କ୍ଷମା ପ୍ରାର୍ଥନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.