ETV Bharat / technology

ଜିଓ ଲଞ୍ଚ କଲା ଏଆଇ ପ୍ଲାଟଫର୍ମ ଜିଓ ବ୍ରେନ, 6G ନେଟୱାର୍କର ବିକାଶିତରେ କରିବ ସାହାଯ୍ୟ

author img

By ETV Bharat Odisha Team

Published : Jan 31, 2024, 10:21 AM IST

Jio Brain: ଜିଓ ଲଞ୍ଚ କଲା ଏଆଇ ପ୍ଲାଟଫର୍ମ ଜିଓ ବ୍ରେନ । ଏହି ପ୍ଲାଟଫର୍ମ 6G ବିକାଶିତରେ ମଧ୍ୟ ସାହାଯ୍ୟ କରିବ । ଅଧିକ ପଢନ୍ତୁ

Jio Brain
Jio Brain

ହାଇଦ୍ରାବାଦ: ରିଲାଏନ୍ସ ଜିଓ ପ୍ରାୟ ସମୟରେ କୌଣସି ଜିନିଷ କିମ୍ବା ପ୍ଲାଟଫର୍ମକୁ ଲଞ୍ଚ କରିଥାଏ । ତେବେ ବର୍ତ୍ତମାନ ଏଆଇ ପ୍ଲାଟଫର୍ମ ଲଞ୍ଚ କରିଛି । ଏହାର ନାମ ଜିଓ ବ୍ରେନ ରଖାଯାଇଛି । କମ୍ପାନୀର କହିବା ମୁତାବକ, "ଏହା ଏକ ନୂଆ 5ଜି ଇଣ୍ଟିଗ୍ରେଟେଡ ମେସିନ ଲର୍ଣ୍ଣିଂ ପ୍ଲାଟଫର୍ମ ଅଟେ । ଯାହାର ନାମ ଜିଓ ବ୍ରେନ ଅଟେ । ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ କାର୍ଯ୍ୟ କରିଥାଏ ।" ତେବେ ଜିଓର ଏହି ନୂଆ ପ୍ଲାଟଫର୍ମ କେବଳ ଜିଓରେ ନୁହେଁ ବରଂ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ନେଟୱାର୍କ ପରି ଅନ୍ୟ ନେଟୱାର୍କରେ ମଧ୍ୟ କାର୍ଯ୍ୟ କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଜିଓ ବ୍ରେନ କଣ: କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜିଓର ଏହି ସର୍ଭିସ କେବଳ ଟେଲକମ୍ ନେଟଓ୍ବର୍କ ନୁହେଁ ବରଂ କୌଣସି ପ୍ରକାରର ଏଣ୍ଟରପ୍ରାଇଜ ନେଟଓ୍ବର୍କ ବା ଆଇଟି ନେଟଓ୍ବର୍କ ମଧ୍ୟ କାର୍ଯ୍ୟ କରିପାରିବ । ଏହାର ଅର୍ଥ ଜିଓର ନେଟଓ୍ବର୍କ ଯେକୌଣସି ନେଟଓ୍ବର୍କ ସହ ସଂଯୋଗ ହୋଇ କାର୍ଯ୍ୟ କରିପାରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁକ୍ତ ଏହି ପ୍ଲାଟଫର୍ମ ତିଆରି କରିବା ପାଇଁ ହଜାର ହଜାର ଇଞ୍ଜିନିୟର ଗତ 2 ବର୍ଷ ଧରି ଉଦ୍ୟମ କରିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

ଜିଓ ବ୍ରେନ 500ରୁ ଅଧିର ଆପ ସହିତ ଜଡିତ । ଏଥିରେ ଫଟୋ, ଭିଡିଓ, ଟେକ୍ସଟ, ଡକ୍ୟୁମେଣ୍ଟ ଏବଂ ଅନାନ୍ୟ କାର୍ଯ୍ୟକୁ ସହଜ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି । ଏହା ବ୍ୟତୀତ ଜିଓର ଏହି ନୂଆ ଏଆଇ ପ୍ଲାଟଫର୍ମ ଜିଓ ବ୍ରେନରେ ଇନ ବିଲ୍ଟ ଏଆଇ ଆଲଗୋରିଦମ ଭଳି ସୁବିଧା ରହିଛି ।

6G ଡେଭଲପ କରିବାରେ ସାହାଯ୍ୟ କରେ ଜିଓ ବ୍ରେନ: ତେବେ ନୂଆ ଟେକ୍ନୋଲୋଜି ବିକଶିତ କରିବା ନେଇ ଦାବି ରଖିଛି କମ୍ପାନୀ । ଜିଓ ବ୍ରେନ 5G ଏବଂ 6G ଟେକ୍ନୋଲୋଜିର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି କମ୍ପାନୀ ପକ୍ଷରୁ ଦାବି କରି କୁହାଯାଇଛି । କମ୍ପାନୀର କହିବା ଅନୁସାରେ, ଜିଓ ବ୍ରେନ ଭବିଷ୍ୟତରେ ନେଟଓ୍ବର୍କ ଅପ୍ଟିମାଇଜେସନ ଏବଂ ବ୍ୟବସାୟରେ ପରବର୍ତ୍ତନ ଆଣିବାରେ ଜିଓ ବ୍ରେନ ସାହାଯ୍ୟ କରିବ । ଏହା ବ୍ୟତୀତ ଜିଓ ବ୍ରେନର ସାହାଯ୍ୟରେ 6G ବିକାଶିତ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.