ETV Bharat / technology

ଜେମିନିକୁ ନେଇ ବିବାଦ, ମୁହଁ ଖୋଲିଲେ CEO ସୁନ୍ଦର ପିଚାଇ

author img

By ETV Bharat Odisha Team

Published : Feb 29, 2024, 2:45 PM IST

Updated : Feb 29, 2024, 3:39 PM IST

Sundar Pichai on Gemini AI: ଜେମିନିକୁ ନେଇ ଦୀର୍ଘ ଦିନର ବିବାଦ ପରେ ମୁହଁ ଖୋଲିଲେ ସିଇଓ ସୁନ୍ଦର ପିଚାଇ । କହିଲେ ଜେମିନି ଦ୍ବାରା କୁହାଯାଇଥିବା ଭୁଲ ଉତ୍ତରକୁ ଗ୍ରହଣ କରିବା ଉଚିତ ନୁହେଁ । ଅଧିକ ପଢନ୍ତୁ

Google Gemini AI
Google Gemini AI

ହାଇଦ୍ରାବାଦ: ଜେମିନିକୁ ନେଇ ଗତ କିଛି ଦିନ ହେବ ବିବାଦ ଥମିବାର ନାଁ ନେଉନାହିଁ । ବିବାଦ ବଢିବାରୁ ଜେମିନିର ଟେକ୍ସଟରୁ ଫଟୋ ତିଆରି କରିବା ଫିଚର ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇ ରହିଛି । ଜେମିନି ଜାତି ଭିତ୍ତିକ ବୟାନ ଦେଉଥିବା ଅଭିଯୋଗ ହୋଇଛି । ତେବେ ଜେମିନି ଜାତିଭିତ୍ତିକ ଢଙ୍ଗରେ ପ୍ରତିକ୍ରିୟା ଦେଉଥିବା ନେଇ ଅଭିଯୋଗ ହୋଇଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ଜେମିନି । ମୋଦିଙ୍କୁ ଫାଶୀବାଦୀ ଦର୍ଶାଇବା ପରେ ଭାରତ ସରକାର ଗୁଗଲକୁ ଉତ୍ତର ମାଗିଥିଲେ । ଏହାରି ଭିତରେ ଜେମିନିକୁ ନେଇ ମୁହଁ ଖୋଲିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ ।

ଜେମିନିକୁ ନେଇ ଦେଖାଯାଇଥିବା ବିବାଦ ମଧ୍ୟରେ ଦୀର୍ଘ ଦିନର ନିରବତା ଭାଙ୍ଗିଛଡନ୍ତି ଗୁଗଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ । ସେ ଗୁଗଲ ଜେମିନି ଏଆଇର ଭୁଲକୁ ସ୍ବୀକାର କରିଛନ୍ତି । ଜେମିନି ଦ୍ବାରା କୁହାଯାଇଥିବା ଭୁଲ ଉତ୍ତରକୁ ଗ୍ରହଣ କରିବା ଉଚିତ ନୁହେଁ ।

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା Gemini AI, ଗୁଗଲ-ଓପନଏଆଇ ମଧ୍ୟରେ ହୋଇପାରେ ଟକ୍କର

ସୁନ୍ଦର ପିଚାଇ ଆହୁରି ମଧ୍ୟ କହିଛନ୍ତି, "ଏଆଇର ଭୁଲ ଗ୍ରହଣଯୋଗ୍ୟ ନୁହେଁ ଏବଂ କମ୍ପାନୀ ଏହାର ସମାଧାନ ପାଇଁ କାର୍ଯ୍ୟ କରୁଛି । ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ 24 ଘଣ୍ଟା କାମ କରୁଛନ୍ତି । ଆମେ ଏଥିରେ ଯଥେଷ୍ଟ ଉନ୍ନତି ଦେଖୁଛୁ। ଆଗକୁ ମଧ୍ୟ ସବୁକିଛି ଠିକ ହେବ । " ଗଛ କିଛି ଦିନ ହେବ ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ଜେମିନି ସମାଲୋଚନାର ଶିକାର ହୋଇଛି ।

ପୂର୍ବରୁ ଗୁଗଲ ଏଆଇର ନାମ ବାର୍ଡ ରଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ ଜେମିନି ରଖାଯାଇଥିଲା । ନିକଟରେ କେତେକ ଐତିହାସିକ ଫଟୋକୁ ଭୁଲ ଦର୍ଶାଇଥିଲା । ଏହାର ଅର୍ଥ ଇମେଜ ଜେନେରେଟର ଭୁଲ ପ୍ରମାଣିତ ହୋଇଥିଲା । ଭୁଲ ଏବଂ ଅପମାନଜନକ ଛବି ତିଆରି କରୁଥିବାକୁ ଏହାକୁ ନେଇ ବିବାଦ ରଖାଯାଇଥିଲା । ନରେନ୍ଦ୍ର ମୋଦିଙ୍କୁ ଫାଶୀବାଦୀ ବୋଲି ଦର୍ଶାଇଥିଲା । ଏହାପରେ ଗୁଗଲକୁ ନୋଟିସ ମଧ୍ୟ ପଠାଯାଇଥିଲା । ଏଭଳି କାର୍ଯ୍ୟକୁ ନେଇ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିଲା ଗୁଗଲ । ତେବେ ଜେମିନି ଆଶାନୁରୂପକ ଫଳ ପ୍ରଦାନ କରୁନାହିଁ ବୋଲି ଗୁଗଲ ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଥିଲା । ତେବେ ଏଆଇ ନେତୃତ୍ବ ନେବା ପାଇଁ ସୁନ୍ଦର ପିଚାଇ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ସେ ନିକଟରେ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 29, 2024, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.