ETV Bharat / technology

ଡିସେମ୍ବରରେ 69ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍, ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Feb 3, 2024, 4:46 PM IST

WhatsApp Account Ban: ଡିସେମ୍ବର ମାସରେ 69ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ହ୍ୱାଟ୍ସଆପ । ଅଧିକ ପଢନ୍ତୁ

WhatsApp Account Ban
WhatsApp Account Ban

ହାଇଦ୍ରାବାଦ: ମେଟା ମାଲିକାନା ହ୍ବାଟ୍ସଆପର ବଡ ପଦକ୍ଷେପ । ଅନୈତିକ କାର୍ଯ୍ୟକଳାପ ଯୋଗୁଁ ବ୍ୟାନ ହେଲା 69 ଲକ୍ଷ ହ୍ବାଟ୍ସଆପ ଆକାଉଣ୍ଟ । ଆଇଟି ରୁଲ 2021 ଅନୁସାରେ ଏହି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ସୂଚନା ଦିଆଯାଇଛି । ଡିସେମ୍ବର 1 ତାରିଖରୁ 31 ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି । ସମୁଦାୟ 69,34,000 ଆକାଉଣ୍ଟକୁ ବ୍ୟାନ କରାଯାଇଛି ।

ହ୍ବାଟ୍ସଆପ ପକ୍ଷରୁ ମାସିକ ଅନୁପାଳନ ରିପୋର୍ଟରେ କୁହାଯାଇଛି ଯେ, ସାରା ଦେଶରେ ହ୍ବାଟ୍ସଆପର 500 ମିଲିୟନରୁ ଅଧିକ ୟୁଜର୍ସ ରହିଛନ୍ତି । ତେବେ ୟୁଜର୍ସଙ୍କ ସୁରକ୍ଷା ପାଇଁ କମ୍ପାନୀ ଅନେକ ସମୟରେ କାର୍ଯ୍ୟାନୁଷ୍ଠାନ ନେଇଥାଏ । ନଭେମ୍ବର ମାସରେ 71 ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧାକ ଲଗାଇଥିବା ବେଳେ ଅନୈତିକ କାର୍ଯ୍ୟକଳାପ ଯୋଗୁଁ ଡିସେମ୍ବର ମାସରେ 69 ଲକ୍ଷ ଆକାଉଣ୍ଟକୁ ବ୍ୟାନ କରାଯାଇଛି । ରିପୋର୍ଟ ଅନୁସାରେ, ସାରା ଦେଶରୁ କମ୍ପାନୀକୁ 16,366ଟି ଅଭିଯୋଗ ପତ୍ର ଆସିଥିଲା । ୟୁଜର୍ସଙ୍କ ଅଭିଯୋଗ କ୍ରମେ କମ୍ପାନୀ ପକ୍ଷରୁ ଅନୁସନ୍ଧାନ କରାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମାସକରେ 71 ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ହ୍ବାଟ୍ସଆପ

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଅଭିଯୋଗ ନିକଟରେ ଏକ ଅଭିଯୋଗ ଆପିଲେଟ୍ କମିଟି (GAC) ଆରମ୍ଭ କରିଛି । ଯାହାକି ୟୁଜର୍ସଙ୍କ ଆକାଉଣ୍ଟ ଏବଂ କଣ୍ଟେଣ୍ଟ ଉପରେ ନଜର ରଖିଥାଏ । ଏହି କମିଟି ୟୁଜର୍ସଙ୍କ ଅଭିଯୋଗ ଉପରେ ମଧ୍ୟ ନଜର ରଖିଥାଏ । ଅଭିଯୋଗ କ୍ରମେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ପ୍ରତି ମାସରେ କମ୍ପାନୀ ୟୁଜର ସେଫ୍ଟି ରିପୋର୍ଟ ପ୍ରକାଶ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଓ୍ବେବ ଭର୍ସନରେ ଆସିବ ଚାଟଲକ୍ ଫିଚର, ପ୍ରାଇଭେସି ରହିବ ଚାଟ୍

ଯଦି ଜଣେ ୟୁଜର୍ସ ହ୍ବାଟ୍ସଆପର ସର୍ତ୍ତାବଳୀ ଅନୁଯାୟୀ ଆକାଉଣ୍ଟ୍ ପରିଚାଳନା କରନ୍ତି ନାହିଁ, ତାହେଲେ ଆକାଉଣ୍ଟକୁ ବ୍ୟାନ କରାଯାଇଥାଏ । ଅନ୍ୟପଟେ ୟୁଜର୍ସ ନଗ୍ନତା, ଘୋଟାଲା, ଠକେଇ, ଚୋରି କିମ୍ବା ଦେଶ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟକଳାପରେ ଜଡିତ ରହିଥାଆନ୍ତି, ତେବେ କମ୍ପାନୀ ଆକାଉଣ୍ଟକୁ ବ୍ୟାନ କରିଥାଏ । ଗତ ବର୍ଷ ନଭେମ୍ବର 1ରୁ 30 ନଭେମ୍ବର ମଧ୍ୟରେ କମ୍ପାନୀ ଭାରତରେ 71 ଲକ୍ଷ 96,000 ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ସୂଚନା ପ୍ରଦାନ କରିଛି । ଏଥିମଧ୍ୟରୁ 19 ଲକ୍ଷ 54,000 ଆକାଉଣ୍ଟକୁ କମ୍ପାନୀ ନିଜେ ମନିଟରିଂ କରି ବନ୍ଦ କରିଥିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.