ETV Bharat / technology

ଆଡୋବ ରିପୋର୍ଟ, ମନୁଷ୍ୟ ଅପେକ୍ଷା ଭାରତୀୟଙ୍କ ପସନ୍ଦ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

author img

By ETV Bharat Odisha Team

Published : Feb 26, 2024, 10:53 AM IST

AI Tools: ଟେକ୍ନୋଲୋଜି କ୍ଷେତ୍ରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ମନୁଷ୍ୟ ଅପେକ୍ଷା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାରତୀୟଙ୍କ ପସନ୍ଦ ବୋଲି ଦର୍ଶାଯାଇଛି । ଅଧିକ ପଢନ୍ତୁ

AI Tools
AI Tools

ହାଇଦ୍ରାବାଦ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦିନକୁ ଦିନ ସାରା ବିଶ୍ବରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଭାରତରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଉଛି । ତେବେ ଅନେଇ ନିକଟରେ ଆଡୋବ୍ ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟମାନେ ମନୁଷ୍ୟଙ୍କ ଅପେକ୍ଷା ଏଆଇ ଉପକରଣ ଉପରେ ଅଧିକ ଭରସା କରୁଥିବା ନେଇ ତଥ୍ୟରେ ଦର୍ଶାଯାଇଛି । ବିଶ୍ବର ଅନ୍ୟଦେଶ ତୁଳନାରେ ଭାରତରେ 57 ପ୍ରତିଶତ ଉପଭୋକ୍ତା ମନୁଷ୍ୟ ଅପେକ୍ଷା ଏଆଇ ଉପରେ ଭରସା କରୁଥିବା ଜଣାପଡିଛି । ନୂତନ ବିଷୟ ଏବଂ ସେବା ବିଷୟରେ ସୂଚନା ପାଇବା ପାଇଁ ଏଆଇ ଉପକରଣ ଉପରେ ଲୋକଙ୍କ ଭରସା ଅଧିକ ରହିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇନେବେଲ୍ଡ ଟୁଲ୍ସ ଯେପରିକି ଚାଟଜିପିଟି ଏବଂ ଚାଟବୋଟର ସଂଖ୍ୟା ଅଧିକ ଅଟେ । ଆଡୋବ ଦ୍ବାରା କରାଯାଇଥିବା ସର୍ଭେରେ ଏହି ରିପୋର୍ଟ ପ୍ରକାଶ ପାଇିଛି ।

ଷ୍ଟେଟ ଅଫ ଡିଜିଟାଲ କଷ୍ଟମର ଏକ୍ସପେରିୟନ୍ସର ସର୍ଭେରେ ଭାରତୀୟ ଉପଭୋକ୍ତାଙ୍କୁ କଷ୍ଟମର ସପୋର୍ଟ, ରିଟର୍ଣ୍ଣ ଏବଂ କେନ୍ସିଲେସନ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା । ତେବେ 39 ପ୍ରତିଶତ ଉପଭୋକ୍ତା ଉଭୟ ମନୁଷ୍ୟ ଏବଂ ଏଆଇ ଚାଟବୋଟ ସହିତ ଯୋଗାଯୋଗ କରିବା ପାଇଁ ପସନ୍ଦ କରିଥିଲେ । ଅନ୍ୟପଟେ 57 ପ୍ରତିଶତ ଉପଭୋକ୍ତା ମନୁଷ୍ୟ ଅପେକ୍ଷା ଏଆଇ ଉପରେ ଭରସା କରିଥିଲେ । ନୂଆ ଉତ୍ପାଦ କିମ୍ବା ସେବା ବିଷୟରେ ସୂଚନା ପାଇବା ପାଇଁ ଅଧିକ ଭାରତୀୟଙ୍କର ପସନ୍ଦ ରହିଥିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ 2023: ସ୍ବପ୍ନରେ ଡେଣା ଲଗାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଆଡବ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଭାରତୀୟ ଗ୍ରାହକମାନେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟର ଦାୟିତ୍ବ ଏବଂ ନୈତିକ ଉପଯୋଗକୁ ନେଇ ସବୁଠାରୁ ଅଧିକ ଚିନ୍ତିତ । କୁହାଯାଇଛି ଯେ, 53 ପ୍ରତିଶତ ଭାରତୀୟ ବ୍ରାଣ୍ଡ ଆସନ୍ତା 12 ମାସ ମଧ୍ୟରେ ସେମାନଙ୍କର ଜେନ ଏଆଇ (Jain AI)) କ୍ଷମତାରେ ସୁଧାର କରିବା ପାଇଁ ପ୍ରତିବଦ୍ଧ । ସେହିପରି 76 ପ୍ରତିଶତଙ୍କ ନିକଟରେ ପୂର୍ବରୁ ଜେନ ଏଆଇ ବିକଳ୍ପ ରହିଛି । ଟେକ୍ନୋଲୋଜିରେ ଅଗ୍ରଗତି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଉ ପାଦେ ଆଗକୁ ବଢାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ପ୍ରକାଶଥାଉକି, AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ କୃତ୍ରିମ ବୁଦ୍ଧିମତା କୁହାଯାଏ । ଯାହାର ଅର୍ଥ କୃତ୍ରିମ ଅର୍ଥାତ୍ କୃତ୍ରିମ ଭାବରେ ବିକଶିତ ବୌଦ୍ଧିକ ଦକ୍ଷତା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି କମ୍ପ୍ୟୁଟର ସାଇନ୍ସର ଏକ ଉନ୍ନତ ଶାଖା । ଏଥିରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ମାଧ୍ୟମରେ ଏକ ଯନ୍ତ୍ରକୁ ବୁଦ୍ଧିମାନ କରିବାକୁ ଚେଷ୍ଟା କରାଯାଏ । ଯାହାଦ୍ବାରା ମେସିନ ମଧ୍ୟ ମଣିଷ ପରି ଭାବିପାରେ ଏବଂ ନିଷ୍ପତ୍ତି ନେଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.