ETV Bharat / state

ଅନ୍ଧାରରେ ଦିନ କାଟୁଛନ୍ତି ଶୁଆପାବଲି ଗ୍ରାମବାସୀ

author img

By ETV Bharat Odisha Team

Published : Jan 28, 2024, 5:53 PM IST

Villagers Suffered due to power crisis: ଅନ୍ଧକାରରେ ଦିନ କାଟୁଛନ୍ତି ଶୁଆପାବଲି ଗ୍ରାମବାସୀ । ଦୁଇ ମାସ ତଳେ ଟ୍ରାନ୍ସଫରମର ପୋଡ଼ି ଯାଇଥିଲା । ହେଲେ ଏପର୍ଯ୍ୟନ୍ତ ତାହାର କିଛି ସମାଧାନ ହୋଇପାରି ନାହିଁ । ଅଧିକ ପଢ଼ନ୍ତୁ

ଅନ୍ଧାରରେ ଦିନ କାଟୁଛନ୍ତି ଶୁଆପାବଲି ଗ୍ରାମବାସୀ
ଅନ୍ଧାରରେ ଦିନ କାଟୁଛନ୍ତି ଶୁଆପାବଲି ଗ୍ରାମବାସୀ

ବୌଦ୍ଧ: ଅନ୍ଧକାରରେ ଦିନ କାଟୁଛନ୍ତି ଜିଲ୍ଲାର ଶୁଆପାବଲି ଗ୍ରାମବାସୀ । ଦୁଇ ମାସ ତଳେ ଟ୍ରାନ୍ସଫରମର ପୋଡ଼ି ଯାଇଥିଲା । ହେଲେ ଏପର୍ଯ୍ୟନ୍ତ ତାହାର କୌଣସି ସମାଧାନ ହୋଇପାରିନାହିଁ । ଫଳରେ ବିଦ୍ୟୁତ ସମସ୍ୟା କାରଣରୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଅନେକ ବାର ଟାଟାପାୱାର ଅଧିକାରୀଙ୍କୁ ଜଣାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ନୂତନ ଟ୍ରାନ୍ସଫରମର ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ହେବ ଅନ୍ଧକାର ମଧ୍ୟରେ ଜୀବନ ବିତାଉଛନ୍ତି ଶୁଆପାବଲି ଗ୍ରାମବାସୀ । ଘଟଣାଟି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମନୁପାଲି ପଞ୍ଚାୟତର ଉପାନ୍ତ ଶୁଆପାବଲି ଗ୍ରାମର । ଉପାନ୍ତ ଅଞ୍ଚଳରେ ବିଦ୍ୟୁତ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ତେବେ ଦୁଇ ମାସ ତଳେ କୋଣସି କାରଣରୁ ଗାଁର ଟ୍ରାନ୍ସଫରମର ପୋଡ଼ି ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହାର ମରାମତି କରାଯାଇ ନାହିଁ । ଦିନ ବେଳେ ସମୟ ଅତିବାହିତ ହୋଇଯାଉଛି । କିନ୍ତୁ ରାତି ବେଳେ ବିଜୁଳି ନଥିବା କାରଣରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ରାତିରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଠାକାର ଅଞ୍ଚଳବାସୀ । ଡେଙ୍ଗା ମୁଣ୍ଡରେ ଠେଙ୍ଗା ପରି ବିଜୁଳି ସମସ୍ୟା ସାଙ୍ଗକୁ ବନ୍ୟଜନ୍ତୁଙ୍କ ଭୟ । ନିକଟବର୍ତ୍ତୀ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ଥିବା କାରଣରୁ ସଂଧ୍ୟା ପରେ ସୋକେ ନିଜ ଘରେ ବନ୍ଦ ହୋଇ ରହୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ପୁରୀରେ ଅଟୋ ଚାଳକଙ୍କ ବିକ୍ଷୋଭ ପ୍ରଦର୍ଶନ

ସଂଧ୍ୟା ହେଲେ ଅଞ୍ଚଳରେ ଅନ୍ଧକାର ରାଜୁତି କରୁଥିବା ବେଳେ ଏନେଇ ବିଭାଗୀୟ କର୍ମଚାରୀ ସମ୍ପୂର୍ଣ୍ଣ ଚୁପ ବସିଛନ୍ତି । ଏନେଇ ଟାଟା ପାଓ୍ୱାର ଅଧିକାରୀଙ୍କୁ ଯୋଗାଯୋଗ ମଧ୍ୟ କରାଯାଇଛି । ହେଲେ ନୂତନ ଟ୍ରାନ୍ସଫରମର ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଯେଉଁଠି କିଛି ମୂହୁର୍ତର ପାୱାକ କଟ ସହ୍ୟ ହେଉନଥିବା ବେଳେ ଦୁଇ ମାସ ଧରି ଅନ୍ଧାରରେ ଦିନ କାଟୁଛନ୍ତି ଏହି ଅଞ୍ଚଳବାସୀ । ସେପଟେ ବିକାଶର କଥା କହୁଥିବା ସରକାରଙ୍କ ନଜକୁ ଆସିପାରୁ ନାହିଁ ଏହି ସମସ୍ୟା । ତେବେ ବାକି ରହିଲା ଦେଖିବାକୁ ଯେ, କେବେ ନୂଆ ଟ୍ରାନ୍ସଫରମର ଆସୁଛି ଆଉ କେବେ ଲୋକେ ଏହି ଅନ୍ଧାର କବଳରୁ ମୁକ୍ତ ହେଉଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.